ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ବେଳେବେଳେ ନିର୍ଦ୍ଦେଶକମାନେ ମେଳ ଖାଉନଥିବା ନାୟକନାୟିକାଙ୍କ ଯୋଡ଼ି ବନାଇଛନ୍ତି, ଯାହା ପରଦାରେ ବିଶେଷ କିଛି କମାଲ ଦେଖାଇ ପାରିନଥିଲା। ଆସନ୍ତୁ ଜାଣିବା ଏହି ଅମେଳ ଯୋଡ଼ିଙ୍କ ସମ୍ପର୍କରେ

ହିନ୍ଦୀ ସିନେମାରେ କେତେକ ମେଳ ଖାଉନଥିବା ଯୋଡ଼ିଙ୍କୁ ଦର୍ଶକ ଦେଖିବାକୁ ପାଇଛନ୍ତି। ଆସନ୍ତୁ ସେହି ଅଜବ ଯୋଡ଼ିଙ୍କ ବିଷୟରେ ଜାଣିବା…

ଐଶ୍ୱର୍ଯ୍ୟା ରାୟବଚ୍ଚନ-ରାଜ କୁମାର ରାଓ

ନିକଟରେ ମୁକ୍ତିଲାଭ କରିଥିବା ହିନ୍ଦୀ ସିନେମା ‘ଫନ୍ନେ ଖାନ୍‌’ରେ ଐଶ୍ୱର୍ଯ୍ୟାଙ୍କ ବିପକ୍ଷରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ରାଜକୁମାରଙ୍କୁ ଦେଖିବାକୁ ମିଳିଛି। ଏହି ଯୋଡ଼ିକୁ ଦର୍ଶକମାନେ ଖାସ୍‍ ପସନ୍ଦ କରିନାହାନ୍ତି।

କରିନା କପୁର ଖାନ୍‌–ଅର୍ଜୁନ କପୁର

ଚର୍ଚ୍ଚିତ ସିନେମା ‘କି ଆଣ୍ଡ କା’ରେ ଦର୍ଶକ ଭେଟିଥିଲେ ଆଉ ଜଣେ ଅମେଳ ଯୋଡ଼ି କରିନା କପୁର ଖାନ୍‌- ଅର୍ଜୁନ କପୁରଙ୍କୁ। ଏହି ଯୋଡ଼ି ପରଦାରେ ବିଶେଷ କିଛି କମାଲ ଦେଖାଇ ପାରିନଥିଲା।

ରଣବୀର କପୁରକୋଙ୍କଣା ସେନ୍ଶର୍ମା

ଅୟାନ୍‌ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ୱେକ୍‌ଅପ୍‌ ସିଡ୍‌’ରେ ରଣବୀର କପୁରଙ୍କୁ ଜଣେ ନାୟିକାଙ୍କ ସହ ଦେଖିବାକୁ ମିଳିଥିଲା। ଏହି ନାୟିକା ହେଲେ କୋଙ୍କଣା ସେନ୍‌ ଶର୍ମା। ଏଥିରେ ଏହି ଯୋଡ଼ିକୁ ପସନ୍ଦ କରିନଥିଲେ ଦର୍ଶକ।

ମାଧୁରୀ ଦୀକ୍ଷିତନଶିରୁଦ୍ଦିନ ଶାହା

ବଲିଉଡର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ସହ ବୟସ୍କ ଅଭିନେତା ନଶିରୁଦ୍ଦିନ ଶାହାଙ୍କ ଯୋଡ଼ିକୁ ଦେଖିବାକୁ ମିଳିଥିଲା ଫିଲ୍ମ ‘ଡେଢ ଇଶ୍କିୟା’ରେ। ଏହି ଯୋଡ଼ି ଅବଶ୍ୟ କାହାଣୀର ଆବଶ୍ୟକତା ଥିଲା, କିନ୍ତୁ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇନଥିଲା।

ରଣବୀର କପୁରଐଶ୍ୱର୍ଯ୍ୟା ରାୟବଚ୍ଚନ

ନିର୍ମାତା- ନିର୍ଦ୍ଦେଶକ କରଣ ଜୋହରଙ୍କ ହିଟ୍ ଫିଲ୍ମ ‘ୟେ ଦିଲ୍ ହେ ମୁସ୍କିଲ୍‌’ରେ ରଣବୀର କପୁରଙ୍କ ସହ ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କର ହଟ୍‌ ସିନ୍‌ ଥିଲା। ଐଶ୍ୱର୍ଯ୍ୟା ରଣବୀରଙ୍କଠାରୁ ବୟସରେ ବଡ଼ ଓ କାହାଣୀ ଅନୁଯାୟୀ ବି ଠିକ୍‌ ସେଇୟା ଥିଲା। ଏହି ଅମେଳ ଯୋଡ଼ିକୁ ପରଦାରେ ପସନ୍ଦ କରିନଥିଲେ ଦର୍ଶକ।

ଅମିତାଭ ବଚ୍ଚନତବୁ

ପ୍ରଖ୍ୟାତ ନିର୍ଦ୍ଦେଶକ ଆର୍. ବାଲ୍‌କୀ ତାଙ୍କର ହିଟ୍‌ ଫିଲ୍ମ ‘ଚିନିକମ୍‌’ରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ବିପକ୍ଷରେ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକା ତବୁଙ୍କୁ ନେଇଥିଲେ। ଏହା ବି କାହାଣୀର ଆବଶ୍ୟକତା ଅନୁଯାୟୀ କରାଯାଇଥିଲା। ‘ଚିନିକମ୍’ରେ ଦର୍ଶକଙ୍କୁ ଅମିତାଭ-ତବୁଙ୍କ ଯୋଡ଼ିକୁ ବିଶେଷ ପସନ୍ଦ କରିନଥିଲେ।

ରଣଦୀପ ହୁଡ଼ାଆଲିଆ ଭଟ୍ଟ

କମ୍‌ ବଜେଟର ସିନେମା ‘ହାଇୱେ’ରେ ଦର୍ଶକ ଦେଖିବାକୁ ପାଇଥିଲେ ଆଉ ଏକ ଅମେଳ ଯୋଡ଼ି। ଏହି ଯୋଡ଼ି ହେଲେ ରଣଦୀପ ହୁଡ଼ା ଓ ଆଲିଆ ଭଟ୍ଟ। ଏହି ଯୋଡ଼ି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସି ନଥିଲା।

ଦିଲଜିତ ଦୋସାଂଝା କରିନା କପୁର ଖାନ୍

ଶାହିଦ୍‌ କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ବିବାଦୀୟ ସିନେମା ‘ଉଡ୍‌ତା ପଞ୍ଜାବ’ରେ ଏକ ଅମେଳ ଯୋଡ଼ିଙ୍କୁ ଦେଖିବାକୁ ମିଳିଥିଲା। ଏହି ଯୋଡ଼ି ହେଲେ ଦିଲଜିତ୍‌ ଦୋସାଂଝା- କରିନା କପୁର ଖାନ୍‌। ଏହି ଯୋଡ଼ି ବିଶେଷ ଚର୍ଚ୍ଚା ସାଉଁଟି ନଥିଲେ।

ସୁମିତ୍ବ୍ୟାସକରିନା କପୁର ଖାନ୍

୨୦୧୮ର ସୁପରହିଟ୍‌ ଫିଲ୍ମ ‘ବୀରେ- ଦି ୱେଡିଂ’ରେ ବି ଏକ ଅମେଳ ଯୋଡ଼ି ନଜର ଆସିଥିଲେ ସୁମିତ ବ୍ୟାସ-କରିନା କପୁର ଖାନ୍‌। ଏହି ଯୋଡ଼ିଙ୍କୁ ପସନ୍ଦ କରିନଥିଲେ ଦର୍ଶକ।

ଦୀପିକା ପାଦୁକୋନ୍‌- ଇରଫାନ୍ଖାନ୍

ବହୁଚର୍ଚ୍ଚିତ ସିନେମା ‘ପିକୁ’ରେ ନଜର ଆସିଥିବା ଦୀପିକା ପାଦୁକୋନ୍‌ ଓ ଇରଫାନ୍‌ ଖାନଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସି ନଥିଲେ ବି ଏହି ସିନେମା ଦର୍ଶକଙ୍କୁ ପ୍ରଭାବିତ କରିପାରିଥିଲା।

ଆଲିଆ ଭଟ୍ଟସୁମିତ ବ୍ୟାସ

୨୦୧୮ର ଏକ ସୁପରହିଟ୍‌ ଫିଲ୍ମ ହେଲା ‘ରାଜି’। ଏଥିରେ ନାୟିକା ଆଲିଆ ଭଟ୍ଟଙ୍କ ବିପକ୍ଷରେ ନଜର ଆସିଥିଲେ ସୁମିତ ବ୍ୟାସ। ଏହା ଏକ ଅମେଳ ଯୋଡ଼ି ଥିଲା ଓ ଦର୍ଶକଙ୍କ ମନକୁ ଛୁଇଁ ପାରିନଥିଲା।

ମନୋଜ ବାଜପେୟୀ-କରିସ୍ମା କପୁର

ପ୍ରଖ୍ୟାତ ନିର୍ଦ୍ଦେଶକ ଶ୍ୟାମ୍‌ ବେନେପାଲଙ୍କ ଚର୍ଚ୍ଚିତ ସିନେମା ‘ଜୁବୈଦା’ରେ ଥିବା କରିସ୍ମା କପୁର ଓ ମନୋଜ ବାଜପେୟୀଙ୍କ ଯୋଡ଼ି ବିଶେଷ ମେଳ ଖାଉନଥିଲା। ଏହି କାରଣରୁ ଫିଲ୍ମରେ ଏହି ଯୋଡ଼ି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇନଥିଲେ।

Comment