ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆମିର ଖାନଙ୍କ ସହ ମାଧୁରୀ ଦୀକ୍ଷିତ ପ୍ରାୟ ୨୮ ବର୍ଷ ହେବ କାମ କରିନାହାନ୍ତି। ଆସନ୍ତୁ ଜାଣିବା ଏହାର କାରଣ…

ବଡ଼ ପରଦାରେ ଦର୍ଶକ ଆମିର ଖାନ୍ ଓ ମାଧୁରୀ ଦୀକ୍ଷିତଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରୁଥିଲେ ଦର୍ଶକ। ଆମିର-ମାଧୁରୀଙ୍କ ଯୋଡ଼ି ମାତ୍ର ଦୁଇଟି ହିନ୍ଦୀ ସିନେମାରେ ନଜର ଆସିଥିଲେ। ଏହି ଦୁଇଟି ଫିଲ୍ମ ହେଲା ‘ଦିଲ୍‌’ ଏବଂ ‘ଦିୱାନା ମୁଝସା ନେହିଁ’।

ଏହାପରେ ମାଧୁରୀ ଦୀକ୍ଷିତ କୌଣସି ବି ସିନେମାରେ ଆମିର ଖାନଙ୍କ ସହିତ କାମ କରିନାହାନ୍ତି। ଏହାର ଗୋଟିଏ ନିର୍ଦ୍ଦିଷ୍ଟ କାରଣ ବି ରହିଛି।

ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ଫିଲ୍ମ ‘ଦିଲ୍‌’ ର ସୁଟିଂ ସେଟରେ ଆମିରଙ୍କର ଏକ ଦୁଷ୍ଟାମି ଯୋଗୁଁ ଏଭଳି ଘଟିଥିଲା ବୋଲି କୁହାଯାଏ। ସେହି ସମୟରେ ମିଷ୍ଟର ପରଫେକସନିଷ୍ଟ୍ ଆମିର ଖାନ୍ ସ୍ୱଭାବରେ ଖୁବ୍ ନଟଖଟ ଥିଲେ।

‘ଦିଲ୍‌’ ଫିଲ୍ମର ଏକ ଲୋକପ୍ରିୟ ଗୀତ ହେଲା ‘ଖମ୍ବେ ଜୈସି ଖଡି ହେ, ଲଡକୀ ହେ ୟା ଛଡି ହେ’। ଏହି ଗୀତରେ ଆମିର ଓ ମାଧୁରୀ ଦୀକ୍ଷିତ ଅଭିନୟ କରିଥିଲେ। ଏହାର ସୁଟିଂ ସମୟରେ ଥରେ ଆମିର ଖାନ୍ ଆସି ମାଧୁରୀ ଦୀକ୍ଷିତଙ୍କୁ କହିଲେ, ‘ମୋତେ ହସ୍ତରେଖା ବିଦ୍ୟା ମାଲୁମ୍‌। ମୁଁ ତୁମର ହାତ ଦେଖି ଭବିଷ୍ୟତରେ କ’ଣ ଘଟିବ, ତାହା କହିପାରିବି।’

ଆମିରଙ୍କ କଥା ଶୁଣି ମାଧୁରୀ ଦୀକ୍ଷିତ ଉତ୍ସାହିତ ହୋଇଉଠିଲେ। ସେ ସାଙ୍ଗେ ସାଙ୍ଗେ ନିଜର ହାତ ବଢ଼ାଇ ଦେଲେ ଆମିରଙ୍କ ଆଡ଼କୁ। ଆମିର ଖାନ୍ କିଛି ସମୟ ମାଧୁରୀ ଦୀକ୍ଷିତଙ୍କର ହାତ ଦେଖିଥିଲେ। ତା’ପରେ ମାଧୁରୀଙ୍କ ହାତ ପାପୁଲି ଉପରେ ଛେପ ପକାଇଥିଲେ। ଏଥିରେ ଭିଷଣ ବିରକ୍ତି ହୋଇଥିଲେ ମାଧୁରୀ। ସେ ଆମିରଙ୍କୁ ପିଟିବା ପାଇଁ ହକିଷ୍ଟିକ୍‌ ଧରି ଗୋଡ଼ାଇଥିଲେ, ହେଲେ ଧରିପାରିନଥିଲେ। ହେଲେ ସେହି ମୁହୂର୍ତ୍ତରେ ମାଧୁରୀ ନିଷ୍ପତ୍ତି ନେଇଥିଲେ କି ଭବିଷ୍ୟତରେ କେବେ ବି ଆମିରଙ୍କ ସହ କାମ କରିବେନି।

ନିର୍ଦ୍ଦେଶକ ଇନ୍ଦ୍ର କୁମାର ବିଗ୍ ବି ଅମିତାଭ ବଚ୍ଚନ ଓ ଆମିର ଖାନଙ୍କୁ ନେଇ ‘ରିସ୍ତା’ ଟାଇଟଲ୍‌ରେ ଏକ ବିଗ୍ ବିଜେଟ୍ ଫିଲ୍ମ ତିଆରି କରିବାର ଯୋଜନା କରିଥିଲେ। ଏହି ସିନେମାରେ ଇନ୍ଦ୍ର କୁମାର ଆମିରଙ୍କ ବିପକ୍ଷରେ ମାଧୁରୀ ଦୀକ୍ଷିତଙ୍କୁ ନେବାର ବି ଯୋଜନା ରଖିଥିଲେ।

ଫିଲ୍ମର ସ୍କ୍ରିପ୍ଟ ପଢ଼ିବା ପରେ ଉଭୟେ ବିଗ୍ ବି ଓ ଆମିର ରାଜି ହୋଇଥିଲେ। ହେଲେ ଯେତେବେଳେ ନିର୍ଦ୍ଦେଶକ ଇନ୍ଦ୍ର କୁମାର ସେହି ଫିଲ୍ମର ଅଫର୍ ନେଇ ମାଧୁରୀ ଦୀକ୍ଷିତଙ୍କ ପାଖକୁ ଗଲେ, ସେତେବେଳେ ସେ ସିଧାସଳଖ ମନା କରିଦେଇଥିଲେ। କୁହାଯାଏ ଯେ ମାଧୁରୀ ଆଉ ଆମିରଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ ବୋଲି ଇନ୍ଦ୍ର କୁମାରଙ୍କୁ ରୋକଠୋକ୍‌ ଶୁଣାଇ ଦେଇଥିଲେ।

ମାଧୁରୀ ଦୀକ୍ଷିତଙ୍କୁ ନିର୍ଦ୍ଦେଶକ ଇନ୍ଦ୍ରକୁମାର ନିଜର ‘ଲକି ମାସ୍କଟ୍‌’ ମାନୁଥିଲେ। କାରଣ ପ୍ରାରମ୍ଭିକ ପର୍ଯ୍ୟାୟ ଇନ୍ଦ୍ର କୁମାରଙ୍କ ଫିଲ୍ମର ହିରୋ ବଦଳିଲେ ବି ହିରୋଇନ୍ ବଦଳୁନଥିଲେ। ଉଦାହରଣସ୍ୱରୂପ ‘ଦିଲ୍‌’ରେ ସେ ଆମିର  ଖାନ୍‌ଙ୍କୁ ନେଇଥିଲେ। ‘ବେଟା’ରେ ଅନୀଲ କପୁର ଓ ’ରାଜା’ରେ ସଞ୍ଜୟ କପୁର। କିନ୍ତୁ ଏ ତିନିଟି ଯାକ ସିନେମାରେ ନାୟିକା ଥିଲେ ମାଧୁରୀ ଦୀକ୍ଷିତ। ମାଧୁରୀ ମନା କରିବା ପରେ ’ରିସ୍ତା’ ଭଳି ବିଗ୍ ପ୍ରୋଜେକ୍ଟରେ ରିସ୍କ ନେବାର ସାହସ କଲେନି ଇନ୍ଦ୍ରକୁମାର। ଫଳସ୍ୱରୂପ ସେହି ସିନେମା କେବେ ବି ତିଆରି ହୋ‍ଇପାରିଲା ନାହିଁ।

ନିର୍ଦ୍ଦେଶକ ଇନ୍ଦ୍ର କୁମାର ତାଙ୍କର ଚର୍ଚ୍ଚିତ ସିନେମା ‘ମନ୍‌’ରେ ବି ଆମିର ଖାନ୍‌ଙ୍କ ସହିତ ମାଧୁରୀଙ୍କୁ ନେବା ଲାଗି ଚାହୁଁଥିଲେ। କିନ୍ତୁ ମାଧୁରୀ ନିଜର ପୁରୁଣା କଥା ଦୋହରାଇ ମନା କରିଥିଲେ। ଏହାପରେ ଅନ୍ୟ କେହି ନିର୍ମାତା ଆମିରଙ୍କ ସହ ମାଧୁରୀଙ୍କୁ ନେବାର ଚିନ୍ତା ମଧ୍ୟ କରିନାହାନ୍ତି।

Comment