ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବର୍ଷର ଚର୍ଚ୍ଚିତ ସିନେମାଧଡକ୍‌’ ହିରୋ ଇଶାନ୍ ଖଟ୍ଟରଙ୍କ ଆଫେଆର୍ ତଥା ଲଭ ଲାଇଫ୍ ବିଷୟରେ ଆସନ୍ତୁ ଜାଣିବା

ଇଶାନ୍ ଖଟ୍ଟରଙ୍କ ‘ଧଡକ୍’ ସିନେମା ପରଦାରେ ସୁପରହିଟ୍‍ ହୋ‍ଇଛି। କରଣ ଜୋହରଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଶଶାଙ୍କ ଖେତାନ୍। ଇଶାନ ହେଉଛନ୍ତି ଜଣାଶୁଣା ଅଭିନେତା ରାଜେଶ ଖଟ୍ଟର ଓ ଅଭିନେତ୍ରୀ ନୀଳିମା ଅଜିମଙ୍କ ପୁଅ। ତାଙ୍କର ଅନ୍ୟ ଏକ ପରିଚୟ ହେଲା ଯେ ସେ ହେଉଛନ୍ତି ବଲିଉଡର ଟପ୍ ହିରୋ ଶାହିଦ କପୁରଙ୍କ ଭାଇ।

ଏବେ ଆସନ୍ତୁ ଜାଣିବା ଇଶାନ୍ ଖଟ୍ଟରଙ୍କ ଲଭ ଲାଇଫ୍‌ ଓ ଆଫେଆର୍ ସମ୍ପର୍କରେ…। ତାଙ୍କ ଜୀବନରେ ତିନିଜଣ ଗର୍ଲଫ୍ରେଣ୍ଡଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଶୁଣିବାକୁ ମିଳେ।

ତାରାଙ୍କ ସହ ବ୍ରେକ୍ ଅପ୍ ପଡ଼ିଲା ମହଙ୍ଗା

ଇଶାନଙ୍କର ଜଣେ ଗର୍ଲଫ୍ରେଣ୍ଡ୍ ଥିଲେ ତାରା ସୁତାରିଆ। ଇଶାନ୍ ଓ ତାରା ଏକା ସମୟରେ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ।

ଇଶାନ୍ ଓ ତାରାଙ୍କ ରୋମାନ୍‌ସର ଚର୍ଚ୍ଚା ବଲିଉଡରେ ଆରମ୍ଭ ହୋଇଥିଲା। ଠିକ୍ ସେହି ସମୟରେ ଇଶାନ୍ ଖଟ୍ଟର କରଣ ଜୋହରଙ୍କ ଫିଲ୍ମ ‘ଧଡକ୍’ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ତା’ର କିଛି ଦିନ ପରେ ତାରା ସୁତାରିଆ ବି  କରଣ ଜୋହରଙ୍କର ଅନ୍ୟ ଏକ ସିନେମା ‘ଦ ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର-୨’ ସାଇନ୍ କରି ବଲିଉଡରେ ଡେବ୍ୟୁ କରିଲେ।

‘ଧଡକ୍‌’ର ସୁଟିଂ ସମୟରେ ଇଶାନଙ୍କ ଅଭିନୟ ଦକ୍ଷତାରେ ପ୍ରଭାବିତ ହୋଇଥିଲେ କରଣ। ସେ ତାଙ୍କର ଅନ୍ୟ ସିନେମା ‘ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍-୨’ରେ ଇଶାନ୍‌ଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନେଇଥିଲେ। ଏହି ଫିଲ୍ମ ପାଇଁ ଇଶାନ୍ ମଧ୍ୟ ସୁଟିଂ କରିଥିଲେ। ଏହି ଫିଲ୍ମ ପାଇଁ ସେ ଅନେକ ଖତରନାକ୍ ଷ୍ଟଣ୍ଟ୍ ସିନ୍ ମଧ୍ୟ ଦେଇଥିଲେ।

ସେହି ସମୟରେ କରଣ ଖବର ପାଇଲେ ଯେ ଇଶାନ୍ ଓ ତାରାଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଯାଇଛି ଓ ଇଶାନଙ୍କ ପାଇଁ ନାୟିକା ତାରା ଅସହଜ ମନେ କରୁଛନ୍ତି। ତାରା ଓ ଇଶାନଙ୍କ ଉପରେ କେତେକ ସିନର ସୁଟିଂ ମଧ୍ୟ ବାକି ଥିଲା। ହେଲେ କରଣ ଅନୁଭବ କଲେ ଯେ ବ୍ରେକ୍ ଅପ୍‌ ପରେ ଆଉ ଇଶାନ୍-ତାରାଙ୍କ କେମେଷ୍ଟ୍ରି ଦଶକଙ୍କୁ ଭଲ ଲାଗିବ ନାହିଁ। ଏଣୁ ଇଶାନ୍‌ଙ୍କୁ ଫିଲ୍ମରୁ ଆଉଟ୍ କଲେ କରଣ ଜୋହର୍।

ଆଉ ଏକ ମଜାଦାର କଥା ହେଲା ଯେ ଏବେ ଇଶାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ତାରା ସୁତାରିଆ ଇଶାନଙ୍କର ବଡ଼ଭାଇ ଶାହିଦ କପୁରଙ୍କ ପ୍ରେମିକା ବନିଛନ୍ତି ଏକ ହିନ୍ଦୀ ସିନେମା ‘ଅର୍ଜୁନ ରେଡି’ରେ।

ବ୍ଲାକ୍‌’ ଫେମ୍ଆୟେଶା କପୁର ବି ଥିଲେ ଗର୍ଲଫ୍ରେଣ୍ଡ୍

ମାତ୍ର ନଅ ବର୍ଷ ବୟସରେ ଆୟେଶା କପୁର ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ସିନେମା ‘ବ୍ଲାକ୍’ରେ ଅଭିନୟ କରିଥିଲେ। ଏଥିରେ ଜଣେ ବଧିର ଝିଅ ଭୂମିକା ନିଭାଇଥିଲେ ଆୟେଶା।

ଆୟେଶା କପୁରଙ୍କୁ ମଧ୍ୟ ଇଶାନ୍ ଖଟ୍ଟର ଡେଟ୍ କରୁଥିଲେ। ସେ ଦୁହେଁ ନିଜର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେଆର୍ କରୁଥିଲେ। କିନ୍ତୁ କିଛିମାସର ଡେଟିଂ ପରେ ଇଶାନ୍ ଓ ଆୟେଶା ପରସ୍ପରଠୁ ଅଲଗା ହୋଇଗଲେ। ଏବେ ଆୟେଶା ଜଣେ ହୋଟେଲ ମ୍ୟାନେଜରଙ୍କୁ ଡେଟ୍ କରୁଛନ୍ତି। ଲଣ୍ଡନରେ ରହୁଥିବା ଆୟେଶାଙ୍କର ଏହି ଲାଟେଷ୍ଟ ବୟଫ୍ରେଣ୍ଡଙ୍କ ନାଆଁ ହେଲା ଆଦମ୍‌ ଓବେରଏ। ଆଜିକାଲି ଆଦମ୍‌ ଓ ଆୟେଶା ଇନଷ୍ଟାଗ୍ରାମ୍‌ରେ ପ୍ରେମର ଫଟୋ ସେଆର କରୁଛନ୍ତି।

ଜାହ୍ନବୀଙ୍କ ପାଇଁ ପାଗଳ

ଏବେ ବଲିଉଡରେ ଚର୍ଚ୍ଚା ହେଉଛି ଯେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ତଥା ‘ଧଡକ୍‌’ର ନାୟିକା ଜାହ୍ନବୀ କପୁରଙ୍କ ପାଇଁ ଇଶାନ ଖଟ୍ଟର ପାଗଳ। ଇଶାନ୍ ଜାହ୍ନବୀଙ୍କୁ ନିଜର ଗର୍ଲଫ୍ରେଣ୍ଡ୍ ଭାବେ ଦେଖିବାକୁ ଚାହାଁନ୍ତି। ସେ ଜାହ୍ନବୀଙ୍କ ପାଇଁ ନିଜର ଭଲ ପାଇବା ଦେଖାଇ ସାରିଛନ୍ତି। ହେଲେ ଜାହ୍ନବୀଙ୍କ ଆଡୁ ସବୁଜ ସଙ୍କେତ ଏ ପର୍ଯ୍ୟନ୍ତ ମିଳିନାହିଁ।

Comment