ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ପପୁଲାର ଆକ୍ଟର ସବ୍ୟସାଚୀ ଗୋଟିଏ ସିନେମାରେ ଦୁଇଜଣ ନାୟିକାଙ୍କ ସହିତ ରୋମାନ୍ସ କରିବାର ସୁଯୋଗ ପାଇଛନ୍ତି ଆସନ୍ତୁ ଜାଣିବା ସବ୍ୟସାଚୀ କେଉଁ ଫିଲ୍ମରେ ଏଭଳି ସୁଯୋଗ ପାଇଛନ୍ତି

ଓଲିଉଡର ସୋବର ବଏ ସବ୍ୟସାଚୀ ‘ପାଗଳ ପ୍ରେମୀ’ ସିନେମାରୁ ହିରୋ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ହେଲେ ସେ କେତୋଟି ସିନେମାରେ ଦୁଇଜଣ ନାୟିକାଙ୍କ ସହିତ ଅନ୍‌ସ୍କ୍ରିନ୍ ରୋମାନ୍ସ କରିବାର ସୁଯୋଗ ପାଇଛନ୍ତି। ଆସନ୍ତୁ ନଜର ପକାଇବା ସେହି ସିନେମାଗୁଡ଼ିକ ଉପରେ…

ମୁଁ ଏକା ତୁମର

୨୦୧୩ର ଏକ ସୁପରହିଟ୍‌ ଓଡ଼ିଆ ଫିଲ୍ମ ହେଲା ‘ମୁଁ ଏକା ତୁମର’। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି।

‘ମୁଁ ଏକା ତୁମର’ରେ ସବ୍ୟସାଚୀଙ୍କ ସହ ରୋମାନ୍ସ କରିଥିଲେ ଦୁଇ ଜଣ ନାୟିକା। ଏମାନଙ୍କ ମଧ୍ୟରୁ ଜଣେ ହେଲେ ତାଙ୍କର ହିଟ୍‌ ପାର୍ଟନର ଅର୍ଚ୍ଚିତା ଓ ଅନ୍ୟଜଣକ ହେଲେ ବଙ୍ଗୀୟ ନାୟିକା ରାଗିଣୀ।

ଫିଲ୍ମର କାହାଣୀ ଅନୁଯାୟୀ, ଅର୍ଚ୍ଚିତାଙ୍କର ବାହାଘର ଠିକ୍ ହୋଇଥାଏ ମହେଶ (ଦେବାଶିଷ ପାତ୍ର)ଙ୍କ ସହିତ। କିନ୍ତୁ ସେହି ବାହାଘର ପୂର୍ବରୁ ଅର୍ଚ୍ଚିତା ଭେଟନ୍ତି ରାଜୁ (ସବ୍ୟସାଚୀ)ଙ୍କୁ। ରାଜୁ ଜଣେ ମୂକ ବୋଲି ମନେକରନ୍ତି ଅର୍ଚ୍ଚିତା। ହେଲେ ପରେ ସତକଥାଟି ଜାଣିବା ପରେ ରାଜୁର ପ୍ରେମରେ ପଡ଼ିଯାଆନ୍ତି।

ସେହି କଥାଟି ହେଲା ଯେ, ସବ୍ୟସାଚୀ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତାକୁ କଥା ଦେଇଥିବା ହେତୁ ସେ ମୂକ ହୋଇ ରହୁଛନ୍ତି। ସବ୍ୟସାଚୀଙ୍କ ଏହି ପ୍ରେମିକା ଭୂମିକାରେ ନଜର ଆସିଥିଲେ ରାଗିଣୀ। ସବ୍ୟସାଚୀ- ଅର୍ଚ୍ଚିତା ଓ ସବ୍ୟସାଚୀ-ରାଗିଣୀଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ।

ଚାନ୍ଦିନୀ ଆଇ ମିସ୍ୟୁ

ଓଲିଉଡର ଦୁଇ ଲୋକପ୍ରିୟ ନାୟିକା ଥିଲେ ପ୍ରିୟା ଓ ମେଘା। ଏହା ଏକ ସଂଯୋଗ ଯେ ଉଭୟ ଅଭିନେତ୍ରୀ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ସାଜି ଓଲିଉଡରେ ଡେବ୍ୟୁ କରିଥିଲେ।

ପ୍ରିୟାଙ୍କ ଡେବ୍ୟୁ ଫିଲ୍ମ ’ଡ୍ରିମଗାର୍ଲ’ ଓ ମେଘାଙ୍କ ପ୍ରଥମ ଓଡ଼ିଆ ସିନେମା ‘ଲଭ୍‍ ଡଟକମ୍‌’ର ନାୟକ ଥିଲେ ସବ୍ୟସାଚୀ। ହେଲେ ଏହି ଦୁଇ ନାୟିକାଙ୍କୁ ସବ୍ୟସାଚୀ ପ୍ରେମିକା ଭାବେ ପାଇଥିଲେ କେବଳ ଗୋଟିଏ ସିନେମାରେ। ସେହି ଓଡ଼ିଆ ସିନେମା ହେଲା ‘ଚାନ୍ଦିନୀ ଆଇ ମିସ୍‌ ୟୁ’। ଏଥିରେ ଉଭୟ ପ୍ରିୟା ଓ ମେଘାଙ୍କ ସହ ରୋମାନ୍ସ କରିବାର ସୁଯୋଗ ମିଳିଥିଲା ସବ୍ୟସାଚୀଙ୍କୁ। ଅନାମ ଚରଣ ସାହୁଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ।

ତୋର ମୋର ଯୋଡ଼ି ସୁନ୍ଦର

ଓଲିଉଡର ଦୁଇ ପପୁଲାର ନାୟିକା ଅର୍ଚ୍ଚିତା ଓ ଅର୍ପିତାଙ୍କ ସହ ସବ୍ୟସାଚୀ ନଜର ଆସିଥିଲେ ଏକ ଓଡ଼ିଆ ସିନେମାରେ। ଏହି ଚଳଚ୍ଚିତ୍ରର ଟାଇଟଲ୍‌ ହେଲା ‘ତୋର ମୋର ଯୋଡ଼ି ସୁନ୍ଦର’।

ଦେବୁ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ’ତୋର ମୋର ଯୋଡ଼ି ସୁନ୍ଦର’ ଏକ ତ୍ରିକୋଣୀୟ ପ୍ରେମ ସିନେମା। କାହାଣୀରେ ବେଶ୍‌ କିଛି ଟ୍ୱିଷ୍ଟ୍ ମଧ୍ୟ ରହିଥିଲା। ସବ୍ୟସାଚୀ ପ୍ରଥମ ଥର ପାଇଁ ଏହି ସିନେମାରେ ଅର୍ପିତାଙ୍କ ସହ ଅନ୍‌ସ୍କ୍ରିନ୍‌ ରୋମାନ୍ସ କରିଥିଲେ। ଏଥିରେ ଉଭୟ ଅର୍ଚ୍ଚିତା ଓ ଅର୍ପିତାଙ୍କର ଗେଟଅପ୍‌ ଓ ଉଭୟଙ୍କର ସବ୍ୟସାଚୀଙ୍କ ସହ ରୋମାନ୍‌ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

Comment