ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ବିଗ୍‌ ବି ଅମିତାଭ୍ ବଚ୍ଚନ ଉତ୍ତର ପ୍ରଦେଶର ୧୩୯୮ କୃଷକମାନଙ୍କର ବ୍ୟାଙ୍କ୍ ଋଣ ପରିଶୋଧ କରିବେ।

ବଲିଉଡ ବିଗ୍‌ ବି ଅମିତାଭ୍ ବଚ୍ଚନ ଉତ୍ତରପ୍ରଦେଶର କୃଷକମାନଙ୍କ ବ୍ୟାଙ୍କ ଋଣ ପରିଶୋଧ କରିବେ। ଏହାସହ କୃଷକଙ୍କୁ ଭେଟି ସେମାନଙ୍କ ବ୍ୟାଙ୍କ ଋଣ ପତ୍ର ମଧ୍ୟ ଦେବେ।

ଉତ୍ତରପ୍ରଦେଶର ମୋଟ ୧,୩୯୮ କୃଷକଙ୍କ ୪.୦୫କୋଟିରୁ ଅଧିକ ଋଣ ଶୁଝିବେ ବୋଲି ସୂଚନା ଦେଇଛନ୍ତି ବିଗ୍ ବି। ଏଥିପାଇଁ ଅମିତାଭ୍ ବଚ୍ଚନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଏକ ୱାନ୍ ଟାଇମ୍ ସେଟେଲମେଣ୍ଟ ଚୁକ୍ତି ସ୍ୱାକ୍ଷର କରିଛନ୍ତି।

ଋଣ ପରିଶୋଧ ପତ୍ର ଦେବା ପାଇଁ ଅମିତାଭ୍ ବଚ୍ଚନ ୭୦ ଜଣ କୃଷକଙ୍କୁ ମୁମ୍ବାଇକୁ ଆମନ୍ତ୍ରଣ କରିଛନ୍ତି। ସେଥିପାଇଁ ଟ୍ରେନ୍‌ର ଏକ ବଗିକୁ ବୁକ୍ କରିଛନ୍ତି। ନଭେମ୍ବର ୨୬ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପତ୍ର ପ୍ରଦାନ କରିବେ ବିଗ୍ ବି।

ପୂର୍ବରୁ ବିଗ୍ ବି ଅମିତାଭ ମଧ୍ୟପ୍ରଦେଶର ୩୩୦ରୁ ଅଧିକ ଓ ମହାରାଷ୍ଟ୍ରର ୩୫୦ କୃଷକଙ୍କ ଋଣ ପରିଶୋଧ କରିଥିଲେ। ଏହା ସହ ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କ ପରିବାରକୁ ମଧ୍ୟ ଆର୍ଥିକ ସହାୟତା କରିଥିଲେ।

Comment