ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟବ୍ୟାପି ପାଳନ ହେଉଛି ପବିତ୍ର ‘ବଡ଼ଓଷା’। ଏଥିପାଇଁ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି କଟକ ଆଠଗଡ଼ର ଧବଳେଶ୍ୱର ପୀଠ। ଓଡ଼ିଶାର ସମସ୍ତ ଶୈବପୀଠରେ ଆଜି ଏହି ଓଷା ପାଳନ କରାଯାଏ। ଏହି ଅବସରରେ ମହାଦେବଙ୍କ ନିକଟରେ ଲାଗି ହୁଏ ସ୍ୱତନ୍ତ୍ର ଗଜପିଠା।

ଅନ୍ୟପକ୍ଷରେ ଧବଳେଶ୍ୱରରେ ମହାଦେବଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଲାଗିରହିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ଝୁଲାପୋଲ ଓ ମଞ୍ଚେଶ୍ୱର ଡଙ୍ଗାଘାଟରେ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି।

ବଡ଼ଓଷା ଅବସରରେ ଧବଳେଶ୍ୱରରେ ରାତିରେ ଗଜଭୋଗ ଓ ତରଣ ଲାଗିହେବ। ଭକ୍ତଗଣ ପ୍ରଭୁଙ୍କ ଗଜଭୋଗ ସେବନ କରି ବ୍ରତ ଭାଙ୍ଗିବେ। ସକାଳେ ଦ୍ୱାର ଫିଟାଯାଇ ଆଳତି ହେବାପରେ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିଥିଲେ।

ବଡ଼ଓଷା ବ୍ରତ ପାଳନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

Comment