ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସୁନାଖଣ୍ଡି ମଲ୍ଲାରପଡ଼ାରେ ହାତୀକୁ ମାରି ଜାଳି ଦେବା ଘଟଣାରେ ପୋଲିସ ବୁଧବାର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମଲ୍ଲାରପଡ଼ାର ସାଧୁ ଏକ୍କା (୪୫), ସୁରେନ୍ଦ୍ର ମିଞ୍ଜ (୩୩), ମଲ୍ଲାର ଏକ୍କା (୩୬), ପ୍ରଫୁଲ୍ଲ କେର୍କେଟା (୪୨)।

ଏହି ଅଭିଯୁକ୍ତମାନେ ହାତୀ ମାରି ଜାଳି ଦେବା ମାମଲାରେ ପୂର୍ବରୁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ହରମୋନ କେର୍କେଟାକୁ ସହଯୋଗ କରିଥିଲେ।

ଅଭିଯୁକ୍ତଙ୍କ କହିବାନୁସାରେ, ପ୍ରତିଦିନ ହାତୀପଲ ଚାଷ ଜମିରେ ପଶି ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରି ଦେଉଥିଲେ। ହାତୀଙ୍କୁ ରୋକିବା ପାଇଁ ବିଦ୍ୟୁତ୍ ତାର ବିଛାଇବାକୁ ହରମୋନ ଯୋଜନା କରିଥିଲା।

ଗତ ଅକ୍ଟୋବର ୧୫ ତାରିଖ ସନ୍ଧ୍ୟାରେ ହାତୀ ପଶୁଥିବା ଜମିରେ ବିଦ୍ୟୁତ ତାର ବିଛା ଯାଇଥିଲା। ବିଦ୍ୟୁତ ସଂସ୍ପର୍ଶରେ ଆସି ସେହି ରାତିରେ ଏକ ହାତୀର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଧରାପଡ଼ିବା ଭୟରେ ଅକ୍ଟୋବର ୧୬ ତାରିଖ ସକାଳେ ହାତୀକୁ ପୋତି ଦେଇଥିଲେ।

ଏହି ଘଟଣା ପାଇଁ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସ୍ୱାଇଁ ଫରେଷ୍ଟର ହରିଶ ଜେନା ଏବଂ ଗାର୍ଡ ସବିତା କିସାନଙ୍କୁ ନିଲମ୍ବିତ କରିଥିଲେ। ଏଥିସହ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରିଥିଲେ।

Comment