ଓଡ଼ିଶାଲାଇଭ୍ ବ୍ୟୁରୋ

ଶଶିଭୂଷଣ ବେହେରାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ବାଲିଯାତ୍ରା।

ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା। ଶୁକ୍ରବାର ଏହି  ଐତିହାସିକ ବାଲିଯାତ୍ରାର ଉଦ୍‌ଘାଟନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ୧୦ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି ଓଡ଼ିଶାବାସୀ। ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ସିଲଭର ସିଟି କଟକ।

ପ୍ରତିବର୍ଷ ଏହି ଯାତ୍ରା ମାତ୍ର ୭ଦିନ ପାଇଁ ହେଉଥିଲା ବେଳେ ଚଳିତବର୍ଷ ଏହି ଯାତ୍ରା ଅବଧି ୧୦ ଦିନ ରହିଛି। ପ୍ରାୟ ୪୪ ଏକର ଜମିରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାରେ ୧୩ଶହରୁ ଅଧିକ ଷ୍ଟଲ ପଡ଼ିଛି। ଓର୍ମାସ ପକ୍ଷରୁ ମଧ୍ୟ ୩୫୦ଟି ଷ୍ଟଲ ଖୋଲାଯାଇଛି।

ଏଥିସହ ଘରକରଣା ଉପକରଣଠାରୁ ଆରମ୍ଭ କରି ବଡ଼ ବଡ଼ ଇଲେକଟ୍ରୋନିକ୍ସ ଆସବାବପତ୍ର ପର୍ଯ୍ୟନ୍ତ ସବୁ ଜିନିଷ ଏହି ଯାତ୍ରାରେ ଉପଲବ୍ଧ। ଏହାଛଡ଼ା ଏଠାରେ ନାନା ପ୍ରକାର ଖାଦ୍ୟର ମଧ୍ୟ ମଜା ନେଇପାରିବେ ଦର୍ଶକେ।

ଦର୍ଶକଙ୍କ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ବାଲିଯାତ୍ରା ପଡ଼ିଆରେ ୩୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଏକାଧିକ ବ୍ୟାରିକେଟ୍‌ ମଧ୍ୟ ନିର୍ମାଣ କରାଯାଇଛି।

Comment