ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ରୋଷେଇ ଗ୍ୟାସ୍ ସିଲିଣ୍ଡର ଦରରେ ବହୁତ ବଡ଼ ହ୍ରାସ ହୋଇଛି। ଦେଶର ସବୁଠୁ ବଡ଼ ତୈଳ କମ୍ପାନି ଇଣ୍ଡିଆନ ଅଏଲ ଅଣ ସବ୍‌ସିଡି ବିଶିଷ୍ଟ ଏଲପିଜି ସିଲିଣ୍ଡରର ଦର ୧୩୩ ଟଙ୍କା ଶସ୍ତା କରିଛନ୍ତି।

ଅନ୍ୟପଟେ ସବସିଡିରେ ମିଳୁଥିବା ସିଲିଣ୍ଡର ମୂଲ୍ୟ ୬.୫୨ ଟଙ୍କା ହ୍ରାସ କରାଯାଇଛି। ନୂଆ ଦର ଡିସେମ୍ବର ୩୦ ମଧ୍ୟରାତ୍ରିରୁ ଲାଗୁ ହେବ।

ଦର ହ୍ରାସ ପରେ ଦିଲ୍ଲୀ ଗ୍ରାହକଙ୍କୁ ଏବେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଅଣ ସବସିଡି ସିଲିଣ୍ଡର ପାଇଁ ଏବେ ୮୦୯.୫୦ ଟଙ୍କା ଦେବାକୁ ପଡ଼ିବ। ଏହା ପୂର୍ବରୁ ଏହାର ଦର ୯୪୨.୫୦ ଟଙ୍କା ଥିଲା।

ସବସିଡିରେ ମିଳୁଥିବା ସିଲିଣ୍ଡରର ମୂଲ୍ୟ ପୂର୍ବରୁ ୫୦୭.୪୨ ଟଙ୍କା ଥିଲା, ଯାହା ଏବେ ୫୦୦.୯୦ ଟଙ୍କାରେ ମିଳିବ।  ମେ’ ମାସ ପରେ ପ୍ରଥମ ଥର ପାଇଁ ସରକାର ଗ୍ୟାସ ଦର ହ୍ରାସ କରିଛନ୍ତି। ଏଥିମଧ୍ୟରେ ସରକାର ୭ ଥର ଦର ବୃଦ୍ଧି କରିଥିଲେ। ଅଶୋଧିତ ତୈଳ ଦର ହ୍ରାସ ଘଟିବା ଓ ଡଲାର ତୂଳନାରେ ଟଙ୍କା ମଜବୁତ ହେବାରୁ କମ୍ପାନି ଏହି ନିଷ୍ପତ୍ତି ନେଇଛନ୍ତି।

Comment