ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ।

କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ ବିଜେଡିରେ ସାମିଲ ହୋଇଛନ୍ତି। ଗୁରୁବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଚକ୍ରଧର। ଏହି ମିଶ୍ରଣ ପର୍ବରେ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲା ମୋହନାର ପୂର୍ବତନ ବିଧାୟକ ଚକ୍ରଧର ପାଇକ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଥଇଥିଲେ।

“ବିଜେଡିରେ ଯୋଗଦେଇ ଘର ବାହୁଡ଼ା ଭଳି ଲାଗୁଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ପାଇଁ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି। ଏହି ଦାୟିତ୍ୱ ତୁଲାଇବାପାଇଁ ବିଜେଡିରେ ସାମିଲ ହେଲି,” କହିଛନ୍ତି ଚକ୍ରଧର ପାଇକ।

Comment