ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରମଣ ସିଂ।୧୫ ବର୍ଷ ପରେ ସରକାର ଗଢ଼ିବ କଂଗ୍ରେସ।

ଛତିଶଗଡ଼ରେ ବିଜେପିର ବିଜୟ ପଥରେ ବ୍ରେକ୍ ଲାଗିଛି। ଲଗାତାର ଶାସନର ୧୫ ବର୍ଷ ପରେ ବିଜେପି ହାତରୁ ଛଡ଼ାଇ ନେଇଛି କଂଗ୍ରେସ। ୨୦୦୩ ମସିହାରୁ ଛତିଶଗଡର ଶାସନ ଦାୟିତ୍ୱରେ ଥିଲେ ରମଣ ସିଂହ। ନିର୍ବାଚନରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରମଣ ସିଂ। ପରାଜୟ ପାଇଁ ରମଣ ନିଜକୁ ଦାୟୀ କରିବା ସହ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଆଗକୁ ଲୋକଙ୍କ ପାଇଁ କାମ ଜାରି ରଖିବେ ବୋଲି କହିଛନ୍ତି ରମଣ ସିଂହ।

ପରାଜୟ ପଛର କାରଣ ?

ଦୀର୍ଘ ୧୫ ବର୍ଷର ଶାସନ ସତ୍ୱେ କାହିଁକି ରମଣ ସିଂହଙ୍କ ସରକାର ହାରିଲା ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରାଜୟ ପଛରେ ବହୁ କାରଣ ଥିବା କୁହାଯାଉଛି। କୁହାଯାଏ ଛତିଶଗଡ଼ ନିର୍ବାଚନରେ ଆଦିବାସୀ ସମୁଦାୟଙ୍କ ଭୋଟ୍ ବହୁତ ବଡ଼ ଯୋଗଦାନ ଥାଏ। କାରଣ ରାଜ୍ୟରେ ଆଦିବାସୀଙ୍କ ବଡ଼ ଭୋଟ୍ ବ୍ୟାଙ୍କ ରହିଛି।

ବିଧାନସଭାର ୯୦ଟି ଆସନରୁ ୨୯ଟି ସିଟ୍ କେବଳ ଆଦିବାସୀଙ୍କ ପାଇଁ ରିଜର୍ଭ ଥାଏ।  ୨୦୧୩ ନିର୍ବାଚନରେ କଂଗ୍ରେସ ୨୯ଟି ସିଟରୁ ୧୮ଟିରେ ବିଜୟ ଲାଭ କରିଥିବାବେଳେ ବିଜେପି ୧୧ଟି ସିଟରେ ସନ୍ତୁଷ୍ଟ ହୋଇଥିଲା। ଅନ୍ୟପଟେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଫେଲ୍ ମାରିବା ପରାଜୟର ଅନ୍ୟ ଏକ କାରଣ। ଚଳିତ ଥର ମଧ୍ୟ ମାଓ ଉପଦ୍ରବ ଅଞ୍ଚଳରେ ରମଣ ସରକାର ସେଭଳି ଆଖିଦୃଶିଆ ପଦକ୍ଷେପ ନେଇନଥିଲେ।

Comment