ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ପ୍ରଥମ ରେଲୱେ ୟୁନିଭର୍ସିଟି ଉଦ୍‌ଘାଟିତ, ଜାଣନ୍ତୁ ଦେଶର ପ୍ରଥମ ରେଲୱେ ୟୁନିଭର୍ସିଟି ସମ୍ପର୍କରେ କିଛି ତଥ୍ୟ।

କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଶନିବାର ଦେଶର ପ୍ରଥମ ରେଲୱେ ୟୁନିଭର୍ସିଟି ର ଉଦ୍‌ଘାଟନ କରିଛନ୍ତି। ଋଷ ଏବଂ ଚୀନ ପରେ ଏହା ପୃଥିବୀର ତୃତୀୟ ୟୁନିଭର୍ସିଟି ଯେଉଁଠି ରେଳ ସମ୍ବନ୍ଧୀୟ ପାଠପଢ଼ା ସାମିଲ ହୋଇଛି।

ଏହି ୟୁନିଭର୍ସିଟି ଗୁଜୁରାଟର ବରୋଦାଠାରେ ରହିଛି। ଯାହାର ନାମ ରାଷ୍ଟ୍ରୀୟ ରେଳ ଓ ପରିବହନ ସଂସ୍ଥାନ। (ଏନଆରଟିଆଇ)। ଏହି ୟୁନିଭର୍ସିଟିରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସ୍ନାତକ ପାଠ୍ୟକ୍ରମରେ ପ୍ରଥମ ବ୍ୟାଚରେ ୨୦ଟି ରାଜ୍ୟର ୧୦୩ ଛାତ୍ର ଆଡମିଶନ ନେଇଛନ୍ତି।

ୟୁନିଭର୍ସିଟିରେ ଟ୍ରାନ୍ସପୋରେସନ ଟେକନୋଲାଜିରେ ବିଏସି ଓ ଟ୍ରାନ୍ସପୋରେସନ ମ୍ୟାନେଜମେଣ୍ଟରେ ବିବିଏ କୋର୍ସ ଆରମ୍ଭ ହୋଇଛି।

ତେବେ ପ୍ରଥମ ବ୍ୟାଚରେ ଆଡମିଶନ ନେଇଥିବା ବିଦ୍ୟାର୍ଥୀଙ୍କ ଭିତରୁ ୧୭ ଜଣ ଛାତ୍ରୀ ଓ ୮୬ ଜଣ ଛାତ୍ର ରହିଛନ୍ତି। ବିବିଏରେ ୪୧ ଜଣ ଓ ବିଏସିରେ ୬୨ ଜଣ ଆଡମିଶନ ନେଇଛନ୍ତି।

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୟୁନିଭର୍ସିଟିର ପରିଚାଳନା ପାଇଁ ରେଳ ମନ୍ତ୍ରାଳୟ ୪୨୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ୫ରେ ଏହି ୟୁନିଭର୍ସିଟି ସ୍ଥାପିତ ହୋଇଥିଲା।

Comment