ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଏସ୍‌ସିବି ମେଡିକାଲ କଲେଜ ଓ ବୁର୍ଲା ଭିମ୍‌ସାର୍‌ରେ ନସିଂ କଲେଜ ଲାଗି ୫୬ଟି ନୂଆ ଶିକ୍ଷକ ପଦବୀ ପୂରଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ ଦେଇଛନ୍ତି। ଏସ୍‌ସିବି ନସିଂ କଲେଜ ଲାଗି ୩୨ଟି ଶକ୍ଷକ ପଦବୀ ସୃଷ୍ଟି କରାଯାଇଥିବା ବେଳେ ଏଥିରେ ଗୋଟିଏ ଅଧ୍ୟକ୍ଷ ପଦ, ଗୋଟିଏ ପ୍ରଧ୍ୟାପକ,୪ଟି ଆସୋସିଏଟ ପ୍ରଫେସର ପଦବୀ ଅନ୍ତର୍ଭୁକ୍ତ।

ସେହିପରି ଭିମସାର ନସିଂ କଲେଜରେ୨୪ଟି ନୂତନ ଶିକ୍ଷକ ପଦବୀକୁ ମଞ୍ଜୁରି । ଏଥିରେ ଗୋଟିଏ ଅଧ୍ୟକ୍ଷ, ଗୋଟିଏ ଉପାଧ୍ୟକ୍ଷ, ଗୋଟିଏ ପ୍ରଧ୍ୟାପକ,୮ଟି ଅଧ୍ୟାପକ ପଦବୀ ରହିଛି। ଏହା ସହିତ ଦୁଇଟି କଲେଜ ଲାଗି ୭ଟି ଲେଖାଏଁ ପ୍ରଶାସନିକ ପଦବୀକୁ ବି ମଞ୍ଜୁରି ମିଳିଛି।

Comment