ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ପ୍ରଧାନମନ୍ତ୍ରୀମାନଙ୍କ ଭିତରେ ବେଶ୍ ଷ୍ଟାଇଲିସ୍ ହେଉଛନ୍ତି ନରେନ୍ଦ୍ର ମୋଦି। ଏଥିସହ ସେ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ସକ୍ରିୟ। ଇନଷ୍ଟାଗ୍ରାମରେ ନୂଆ ରୂପରେ ଦେଖିବାକୁ ମିଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କର ଏକ ଫଟୋ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି।
ଏହି ଫଟୋ ପୋଷ୍ଟ ହେବାର ମାତ୍ର ୬ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଲାଇକ୍ ମିଳିଛି। ତେବେ ଏହି ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ପାଦରେ ଚପଲ ପିନ୍ଧିଛନ୍ତି ଏବଂ ମୋଦିଙ୍କ ହାତରେ ରହିଛି ନୋଟ୍ ବୁକ୍ ଏବଂ ଫାଇଲ୍।
ପୋର୍ଟ ବ୍ଲେୟରରେ ଉଠାଯାଇଥିବା ମୋଦିଙ୍କ ଏହି ଫଟୋରେ କ୍ୟାପସନ ରହିଛି, ‘ପୋର୍ଟ ବ୍ଲେୟରରେ ଏକ ମନୋରମ ସକାଳ’।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କୁ ୧୬ ମିଲିୟନ୍ ଲୋକ ଫଲୋ କରୁଛନ୍ତି। ଆଉ ଏପର୍ଯ୍ୟନ୍ତ ମୋଦି ମୋଟ୍ ୨୪୩ଟି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହିଭଳି ଅନେକ ଫଟୋ ନିକଟରେ ମୋଦି ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି।


















