ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୮ ବର୍ଷ ଧରି ଓଡ଼ିଶାର ଶାସନ ମଙ୍ଗ ଧରିଥିବା ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା ଲୋକ ବେଶ୍‌ ଅଧିକ। କିନ୍ତୁ ତା’ ଭିତରେ ଏମିତି ଜଣେ ଲୋକ ଅଛନ୍ତି, ଯିଏ ଦାବି କରୁଛନ୍ତି କି ସେ ନବୀନଙ୍କର ସବୁଠୁ ବଡ଼ ଫ୍ୟାନ୍‌। ତାଙ୍କ ଜୀବନରେ କେବଳ ଗୋଟେ ମାତ୍ର ଲକ୍ଷ ହେଉଛି, ସେ ନବୀନଙ୍କ ସହ ନେବେ ସେଲ୍‌ଫି।

ସେ ହେଉଛନ୍ତି ସୁଦୂର ବରଗଡ଼ରୁ ଆସିଥିବା ଖଗେଶ୍ୱର ଦେହୁରୀ।

ଦେହରେ ନବୀନ ଚିତା ଏବଂ ତୁଣ୍ଡରେ ନବୀନ ଚାଳିଶା। ନବୀନ ଯୁଆଡ଼େ ଯାନ୍ତି ସେ ନବୀନଙ୍କ ପଛରେ ପଛରେ ସିଆଡ଼େ ଯାଆନ୍ତି। ପ୍ରତିଦିନ ନବୀନ ନିବାଶକୁ ଯାଇଥାନ୍ତି। କେବଳ ଏକମାତ୍ର ଆଶା ନେଇ ତାଙ୍କ ସହ ସେଲ୍‌ଫି ଉଠାଇବା ଏବଂ ତାଙ୍କ ନିକଟରେ ନବୀନ ଚାଳିଶା ଶୁଣାଇବେ।

ଖଗେଶ୍ୱର କହିଛନ୍ତି, “ମତେ ନବୀନ ପଟ୍ଟନାୟକ ବହୁତ ଭଲ ଲାଗନ୍ତି। ତାଙ୍କର ସୁଶାସନ, ଯୋଜନା ସବୁ ମୋତେ ବେଶ୍‌ ପସନ୍ଦ। ସେ ଯାହା କୁହନ୍ତି ତାହା କରିକି ଦେଖାନ୍ତି। ତାଙ୍କ ନୀତି ଆଦର୍ଶ ମୋତେ ସବୁ ଭଲ ଲାଗେ। ମୁଁ ତାଙ୍କୁ ଦିନ ରାତି, ଶୟନେ ସପନେ ତାଙ୍କୁ ହିଁ ଦେଖୁଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସହ ସେଲ୍‌ଫି ନନେଲା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ।

ଖଗେଶ୍ୱର ଦେହୁରୀ, ଯିଏକି ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ୍‌, କାହିଁ କେତେ ଦିନରୁ ସେ ନବୀନଙ୍କ ସହ ସେଲ୍‌ଫି ନେବା ପାଇଁ ଅନେଇ ବସିଛନ୍ତି। ଯଦି ଏହି ଇଚ୍ଛା ତାଙ୍କର ପୂରଣ ନ ହୁଏ, ତେବେ ସେ ଏହିଠି ମୌନ ଧାରଣାରେ ବସିବେ ଏବଂ ଅବିବାହିତ ରହିବେ।

Comment