ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ମହାମେଣ୍ଟକୁ ନବୀନଙ୍କ ନା। “ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ରକ୍ଷା କରୁଛୁ।” ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବନି କହିଲେ ବିଜେଡି ସୁପ୍ରିମୋ।

ମହାମେଣ୍ଟକୁ ନେଇ ଯେଉଁ କଳ୍ପନା ଜଳ୍ପନା, ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା ସେଥିରେ ଆଜି ପୂର୍ଣ୍ଣଛେଦ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାମେଣ୍ଟରେ ଆମେ ସାମିଲ ହେବୁ ନାହିଁ କହିଲେ ମୁଖ୍ୟମନ୍ତ୍ରୀ। ବିଜେଡି ତାର ସମଦୂରତ୍ୱ ନୀତିରେ କାଏମ ଥିବା କହିଛନ୍ତି ମୂଖ୍ୟମନ୍ତ୍ରୀ।

ଏହା ସହିତ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନବୀନ। ବିଜେଡିରୁ ଦାମୋଦର ରାଉତ ଓ ପ୍ରଦୀପ ମହାରଥୀ ଇସ୍ତଫା ଦେବା ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ହେଉଥିଲା। ଯେଉଁଥିରେ ଆଜି ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ।

କିଛିଦିନ ତଳେ ମହାମେଣ୍ଟକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏପରିକି ମମତା ବାନାର୍ଜୀ ମଧ୍ୟ ମତ ରଖିଥିଲେ। ତେବେ ମହାମେଣ୍ଟକୁ ନେଇ ବିଜେଡିର ଆଭିମୂଖ୍ୟ ସ୍ପଷ୍ଟ ହୋଇନଥିଲା ଯାହାକୁ ନେଇ ରାଜ୍ୟ ରାଜନୀତିଠୁ ଆରମ୍ଭ କରି ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ସେ ସବୁ ଚର୍ଚ୍ଚାର ଆଜି ପୂର୍ଣ୍ଣଛେଦ ପକାଇଛନ୍ତି ନବୀନ ପଟ୍ଟନାୟକ।

Comment