ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଷ୍ଟାଇଲିସ ଆଣ୍ଡ୍ ଡ୍ୟାନସିଂ ହିରୋଇନ୍ ରୀୟା ଏ ବର୍ଷ କେଉଁ ନାୟକମାନଙ୍କ ସହିତ ଆସୁଛନ୍ତି, ଜାଣନ୍ତି କି!

ଓଲିଉଡର ଚୁଲବୁଲି ଓ ହିଟ୍ ହିରୋଇନ୍ ରୀୟା ଦେଙ୍କର ଗତବର୍ଷ କେବଳ ଗୋଟିଏ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ହେଲେ ୨୦୧୯ରେ ତାଙ୍କୁ ଅତିକମ୍‌ରେ ତିନିଟି ଓଡ଼ିଆ ସିନେମାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏସବୁ ସିନେମାର ସୁଟିଂ ଶେଷ ହୋଇଯାଇଛି/ ଆଶା କରାଯାଉଛି ଉଣେଇଶି ରୀୟାଙ୍କ ପାଇଁ ନୂତନ ସମ୍ଭାବନାର ବର୍ଷ ହେବ।

ରୀୟା ଦେ ୨୦୧୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପ୍ରେମ ଅଢ଼େଇ ଅକ୍ଷର’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ପ୍ରଥମ ସିନେମାରେ ସେ ବାବୁସାନଙ୍କ ନାୟିକା ବନିଥିଲେ। ତା’ପରେ ସେ ଅରିନ୍ଦମ୍, ଅମ୍ଳାନ, ଅଭିଷେକ, ଆକାଶ, ସିଦ୍ଧାନ୍ତ, ନବାଗତ ଅମନ୍ ଓ ମୁନ୍ନାଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇଛନ୍ତି।

୨୦୧୯ରେ ରୀୟା ଦେ ପୁଣି ନୂଆ ପାର୍ଟନରଙ୍କ ସହ ପରଦା ଉପରେ ନଜର ଆସିବେ।

ସମ୍ବିତ୍ ଓଲିଉଡର ଜଣେ ଜଣାଶୁଣା ହିରୋ। ସେ ‘ପ୍ରେମ ୱେଡ୍‌ସ ପ୍ରିୟା’ଠାରୁ ଆରମ୍ଭ କରି ‘ମନ ଖାଲି ତତେ ଚାହେଁ’ ପର୍ଯ୍ୟନ୍ତ ବେଶ୍ କେତୋଟି ଓଡ଼ିଆ ସିନେମାରେ ନାୟକ ଭାବେ ନଜର ଆସିଛନ୍ତି। ସମ୍ବିତ୍ ଝିଲିକ, ପ୍ରକୃତି ମିଶ୍ର, କୋଏଲ୍ ଓ ପିଙ୍କି ପ୍ରିୟଦର୍ଶିନୀଙ୍କ ଭଳି ଓଡ଼ିଆ ନାୟିକାଙ୍କ ସହ ଯୋଡ଼ି ବନାଇ ପରଦାକୁ ଆସିଛନ୍ତି।

ହେଲେ ୨୦୧୯ରେ ପ୍ରଥମ ଥର ପାଇଁ ରୀୟାଙ୍କ ସହିତ ଦେଖିବାକୁ ମିଳିବ। ସମ୍ବିତ୍ ରୀୟାଙ୍କ ଯୋଡ଼ିକୁ ଗୋଟିଏ ଫିଲ୍ମରେ ନୁହେଁ ବରଂ ଦୁଇ ଦୁଇଟି ସିନେମାରେ ଦର୍ଶକ ଦେଖିବେ ବୋଲି ଆଶା ରହିଛି। ଏଥିମଧ୍ୟରୁ ପ୍ରଥମଟି ହେଲା ‘ପ୍ରେମ ପାଇଁ ମହାଭାରତ’। ପ୍ରଦୀପ୍ତ କିଶୋର ଆଚାର୍ଯ୍ୟଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ ସମ୍ବିତ୍ ରୀୟାଙ୍କର ଜବରଦସ୍ତ ରୋମାନ୍ସ ରହିଛି। ଏହାର କାହାଣୀ ଅବଶ୍ୟ ଟିକେ ହଟ୍‌କେ। ଏହି ଫିଲ୍ମରେ ଶ୍ରୀତମ ଦାସ, ବବି ମିଶ୍ର, ପୁପିନ୍ଦର, ସମରେଶ ଓ ପିଣ୍ଟୁ ନନ୍ଦ ମଧ୍ୟ ଅଭିନୟ କରୁଛନ୍ତି। କାହାଣୀ ଅନୁଯାୟୀ ଏହି କଳାକାରମାନେ ବି ରୀୟାଙ୍କ ପ୍ରେମରେ ପଡ଼ିଯାଇଛନ୍ତି।

ରୀୟା ଅନ୍ୟ ଏକ ସିନେମାରେ ବି ସମ୍ବିତଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ ଏ ବର୍ଷ। ଏହି ଓଡ଼ିଆ ସିନେମା ହେଲା ‘ଯୋଉଠି ଥିଲେ ବି ତୁ ମୋର’। ଶ୍ରୀକାନ୍ତ ଗୌତମ ଏହାର ନିର୍ଦ୍ଦେଶକ। ଏହି ସିନେମାରେ କେବଳ ସମ୍ବିତଙ୍କ ସହ ନୁହେଁ, ବରଂ ଆଉ ଜଣେ ହିରୋଙ୍କ ସହିତ ବି ରୋମାନ୍ସ କରିଛନ୍ତି। ଏହି ନାୟକ ଜଣକ ହେଲେ ‘ଯୋଗୀ’ ଫେମ୍ ଆର୍ଯ୍ୟନ୍ ଦାଶ କୁମାର ‘ଯୋଉଠିଥିଲେ ବି ତୁ ମୋର’ ଏକ ରୋମାଞ୍ଚଭରା ତ୍ରିକୋଣୀୟ ପ୍ରେମ କାହାଣୀ।

୨୦୧୯ରେ ପରଦା ଉପରକୁ ଆଉ ଜଣେ ନାୟକଙ୍କ ସହ ନଜର ଆସିବେ ରୀୟା ଦେ। ଏହି ନାୟକ ହେଲେ ଜ୍ୟୋତି। ଯେଉଁ ସିନେମାରେ ଜ୍ୟୋତି ରୀୟାଙ୍କ ଯୋଡ଼ିକୁ ଦର୍ଶକ ପ୍ରଥମ ଥର ଲାଗି ଦେଖିବାକୁ ପାଇବେ। ତା’ର ଟାଇଟଲ୍ ହେଲା ‘ପ୍ରେମରେ ରଖିଚି ୧୦୦ରୁ ୧୦୦’। ଏହି ସିନେମାର ନିର୍ଦ୍ଦେଶକ ହେଲେ ସଞ୍ଜୟ ନାୟକ। ଆଗରୁ ଜ୍ୟୋତି ତମନ୍ନା, ଅଙ୍କିତା, ଝିଲିକ୍, ଏଲିନା ଓ ଅନୁରାଗ ପରି ନାୟିକାଙ୍କ ସହ ପରଦା ଉପରେ ନଜର ଆସିଛି। ହେଲେ ରୀୟାଙ୍କ ସହ ‘ପ୍ରେମରେ ରଖିଚି ୧୦୦ରୁ ୧୦୦’ ପ୍ରଥମ ଥର ପାଇଁ ଦେଖା ହେବେ ଜ୍ୟୋତି।

Comment