ଓଡ଼ିଶାଲାଇଭ୍ ବ୍ୟୁରୋbaba majhi

(ନୂଆପଡ଼ାରୁ ନନ୍ଦିଘୋଷ ଖମାରୀ): ଏ ହେଉଛନ୍ତି ବାବା ମାଝି। ବୟସ ୭୦ପାରେଇଲାଣି। ନିଜର ବୋଲି କେହିନାହାନ୍ତି। ରହିବା ଲାଗି ବାବା ମାଝିଙ୍କ ପାଖରେ ଘର ଖଣ୍ଡିଏ ନାହିଁ। କି ଖରା, କି ବର୍ଷା ଓ ଶୀତ ସବୁବେଳେ ସେ ଏହି କୁଡ଼ିଆ ଘରେ ରହୁଛନ୍ତି।

୩୫୩ନମ୍ବର ଜାତୀୟ ରାଜପଥ। ନୂଆପଡା ଜିଲ୍ଲା କୋମନା ବ୍ଲକ ଅଂତର୍ଗତ ପେଂଡ୍ରାବନ ଗ୍ରାମପଂଚାଯତର ଝାଲକୁସମ ଗାଁ। ଏଇଠି ଜାତୀୟ ରାଜପଥ କଡ଼ରେ ଥିବା ଅସ୍ଥାୟୀ କୁଡ଼ିଆ ପାଲଟିଛି ବାବା ମାଝିଙଅଖ ଠିକଣା।

ପୋଡ଼ଶୀ ବଲାଙ୍ଗିରି ଜିଲ୍ଲାରେ ବାବାଙ୍କ ଘର। ବର୍ଷେ କି ଦୁଇ ବର୍ଷ ନୁହଁ, ଦୀର୍ଘ ୧୨ବର୍ଷ ହେବ ଏଇ ଭଙ୍ଗା କୁଡ଼ିଆରେ କଟୁଛି ଅସହାୟ ବାବା ମାଝିଙ୍କ ଜୀବନ।

ଭିକ୍ଷାବୃତ୍ତି କଲେ ପେଟକୁ ଦାନା ଯାଏ ନହେଲେ ଭୋକରେ ଦିନ କଟିଥାଏ। ବାବ ମାଝିଙ୍କର ନୂଆପଡ଼ା ଜିଲ୍ଲାରେ ଖାତାଖତିଆନ ନଥିବାରୁ ତାଙ୍କୁ ସରକାରୀ ଯୋଜନାରେ ମୁଣ୍ଡ ଗୁଞ୍ଜିବା ଲାଗି  ଘରଟିଏ ମିଳି ପାରୁନାହିଁ।

କେବଳ ମାସକୁ ୫କିଲୋ ଚାଉଳ ଓ ୩୦୦ଟଙ୍କା ଭତ୍ତା ପାଉଥିବା ସେ କହିଛନ୍ତି, ଯେଉଁଥିରେ ପୂରା ମାସ କାଟିବା କଷ୍ଟକର।

ସରକାରୀ ଯୋଜନାରେ ଘର ଖଣ୍ଡିଏ ଦେବାକୁ ସ୍ତାନୀୟ ସରପଞ୍ଚ, ବିଡିଓ ଏମିତିକି ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାରିପାରିନାହାନ୍ତି ବାବା ମାଝି।

Comment