ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭ମ ଦିନରେ କଂସ ମହାରାଜା ମଥୁରାରେ ଧନୁଯାତ୍ରା ଆୟୋଜନ ପାଇଁ ଘୋଷଣା କରିଛନ୍ତି। ଧନୁଯାତ୍ରା ଦେଖି ଆସିବା ପାଇଁ କୃଷ୍ଣ-ବଳରାମଙ୍କୁ ମଥୁରାକୁ ଆଣିବା ଲାଗି କଂସ ଗୋପପୁରକୁ ଅକ୍ରୁରଙ୍କୁ ପଠାଇଛନ୍ତି।

ସପ୍ତମ ଦିନରେ କଂସ ମହାରାଜା ନଗର ପରିକ୍ରମା କରିବା ପରେ ରାଜ ଦରବାରରେ ନ୍ୟାୟ ବିଚାର କରିଥିଲେ।

ଏପଟେ ଗୋପପୁରରେ ରାଧା-କୃଷ୍ଣଙ୍କ ନାବକେଳୀ ଦୃଶ୍ୟ ଅନୁଷ୍ଠିତ ହୋଇଥିଲା। କୃଷ୍ଣ ଓ ରାଧାଙ୍କୁ ପୂଜା କରିଥିଲେ ଲୋକେ।

କୃଷ୍ଣ-ବଳରାମଙ୍କୁ ନିହତ କରିବା ପାଇଁ କଂସ ଉପାୟ ପାଞ୍ଚିଛନ୍ତି। ମଥୁରାରେ ଛଳନାର ଧନୁଯାତ୍ରା ଆୟୋଜନ କରିବା ପାଇଁ ରଙ୍ଗସଭାରେ ନିଷ୍ପତ୍ତି ନେଇଛନ୍ତି। ରଙ୍ଗସଭାର ନିଷ୍ପତ୍ତି କ୍ରମେ କଂସ ମହାରାଜା ଗୋପପୁରକୁ ଅକ୍ରୁରଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Comment