ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ଅନ୍ୟ କେହି ବଜେଟ୍‌ ଉପସ୍ଥାପନ କରିବେ ବୋଲି ଶୁଣାଯାଇଥିଲା। ହେଲେ ଅରୁଣ ଜେଟଲୀ ହିଁ ବଜେଟ୍‌ ଉପସ୍ଥାପନ କରିବେ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ହୋଇଛି।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ହିଁ ଫେବ୍ରୁଆରୀ ୧ରେ ବଜେଟ୍‌ ଉପସ୍ଥାପନ କରିବେ। ଅର୍ଥ ମନ୍ତ୍ରାଳୟ ଏନେଇ ସ୍ପଷ୍ଟ କରିଛନ୍ତି। ଜେଟଲୀ ଅସୁସ୍ଥ ଥିବାରୁ ବଜେଟ ଉପସ୍ଥାପନ ନେଇ ବିଭିନ୍ନ ଆଲୋଚନା ହେଉଥିଲା। ଜେଟଲୀ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ଅନ୍ୟ କେହି ବଜେଟ୍‌ ଉପସ୍ଥାପନ କରିବେ ବୋଲି ଶୁଣାଯାଉଥିଲା।

ଅର୍ଥ ମନ୍ତ୍ରାଳୟ ଏନେଇ ସମସ୍ତ ସନ୍ଦେହ ଦୂର କରିଛନ୍ତି। ଜେଟଲୀ ବଜେଟ ଭାଷଣ ମଧ୍ୟ ପଢ଼ିବେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। । ଜେଟଲୀ ବର୍ତ୍ତମାନ ଆମେରିକାରେ ଅଛନ୍ତି। ଆମେରିକାରେ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।

ଜେଟଲୀ ୨୦୧୮ ମେ, ମାସରେ କିଡନୀ ପ୍ରତିରୋପଣ କରିଥିଲେ। ସେହି ସମୟରେ ତାଙ୍କ ସ୍ଥାନରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଅର୍ଥମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଜେଟଲୀ ସୁସ୍ଥ ହେବାପରେ ପୁଣି ୨୦୧୮ ଅଗଷ୍ଟ ମାସରେ କାର୍ଯ୍ୟଭାର ସମ୍ଭାଳିଥିଲେ।

ନିକଟରେ ତାଙ୍କ ଜଙ୍ଘରେ ସପ୍ଟ ଟିସ୍ୟୁ କ୍ୟାନସର ହୋଇଥିବା ଜଣାପଡ଼ିଥିଲା। ଏହା ଏକ ଟ୍ୟୁମର ଅଟେ। ଯାହା ଶରୀରର ଅନ୍ୟ ଭାଗକୁ ବି ବ୍ୟାପି ପାରେ। ଏହାର ଚିକିତ୍ସା ପାଇଁ ସେ ଆମେରିକା ଯାଇଛନ୍ତି। ସେଠାରେ ତାଙ୍କର ସର୍ଜରୀ ହୋଇପାରେ।

Comment