ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବାରିପଦାରେ ମୁଖ୍ୟମନ୍ତ୍ରୀ ୧୧ଟି ଜନହିତକର ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମ ଅଛି। ବାରିପଦାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟି ଜନହିତକର ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ। ଏହା ସହିତ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ବାରିପଦା ଛଉ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକ୍ରମ ରହିଛି। ଉଦଳା ବ୍ଲକର୍‌ ରାଜ୍ୟ ରାଜପଥ ୧୯ରେ ଚମ୍ପା ନଦୀ ଉପରେ ହାଇଲେଭଲ୍‌ ସେତୁର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ବାରିପଦା ମହିଳା ମହାବିଦ୍ୟାଳୟ ଏବଂ ଏମ.ପି.ସି. ଜୁନିଅର କଲେଜର ୩୦୦ସିଟ୍‌ ବିଶିଷ୍ଟ ଛାତ୍ରୀନିବାସର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

ସେହିପରି ବଡ଼ସାହି-ବାରିପଦା ବ୍ଲକ୍‌ର ବୁଢ଼ାବଳଙ୍ଗ ନଦୀ ଉପରେ ହାଇଲେଭଲ୍‌ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଶାମାଖୁଣ୍ଟା ବ୍ଲକର ବାଲିଡ଼ିହ ଜଳସେଚନ ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ବାରିପଦାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଜେଡିର ବହୁ ବରିଷ୍ଠ ନେତା, ମନ୍ତ୍ରୀ ସେଠାରେ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଉଦବୋଧନରେ କଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Comment