ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୨ ଓ ୩ରେ ପୁରୀରେ ଦୁଇ ଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଆୟୋଜନ କରାଯାଇଛି। ଠିକ୍‌ ଏହାର ପୂର୍ବ ଦିନ ସନ୍ଧ୍ୟା ୫ଟାରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସାଙ୍ଗଠାନିକ ରଣନୀତି ଉପରେ ଆଲୋଚନା ହେବ ବୋଲି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମ ବିଚାର ନେତମ ସୂଚନା ଦେଇଛନ୍ତି।

ସେ ଗଣମାଧ୍ୟମରେ କହିଛନ୍ତି ଯେ ଏହି ଅଧିବେଶନରେ ୫ ହଜାରରୁ ଅଧିକ ପ୍ରତିନିଧି ସାମିଲ ହେବା ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷମାନେ ଯୋଗ ଦେବେ।

ଫେବ୍ରୁଆରି ୨ରେ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହେବ। ଆସାମ ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାଯ୍ୟକ୍ରମ ରହିଛି। ୩ରେ ଆଦିବାସୀ ଅଧିକାର ରାଲି ଆୟୋଜିତ ହେବ। ଏଥିରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ରାଲିରେ ୧ ଲକ୍ଷରୁ ଅଧିକ ଅଦିବାସୀ ଯୋଗ ଦେଇ ନିଜ ସୁରକ୍ଷା ପାଇଁ ଦାବି ଓ ରାଜ୍ୟସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ନେତମ କହିଛନ୍ତି।

Comment