ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଲ୍ମ ନିର୍ମାତା ତଥା ଟିଭି ସିରିଏଲ ପ୍ରଯୋଜିକା ଏକତା କପୁର ମା’ ହୋଇଛନ୍ତି। ଟିଭି ଶୋକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏକତା କପୁର ଜାନୁଆରି ୨୭ରେ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି। ତେବେ ଏକତା ସରୋଗେସୀ ଜରିଆରେ ମାତୃତ୍ୱ ଲାଭ କରିଛନ୍ତି।

ସୋସିଆଲ ମିଡିଆରେ ଏହି ଖବର ଆସିବା ପରେ ଏକତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଏମତିକି ବଲିଉଡର ଅନେକ ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ବି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକତା କପୁର ଅନେକ ସଫଳ ଟିଭି ଶୋ ନିର୍ମାଣ କରିଛନ୍ତି। ଟିଭି ସିରିଏଲ କୁମ୍‌କୁମ୍‌ ଭାଗ୍ୟଠାରୁ ଆରମ୍ଭ କରି ନାଗିନ ଭଳି ସିରିଏଲକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କୁ ଟିଭି କୁଇନ୍‌ ମଧ୍ୟ କୁହାଯାଏ।

ପୂର୍ବରୁ ବଲିଉଡ ଅଭିନେତା ତୁଷାର କପୁର  ସରୋଗେସୀ ଜରିଆରେ ପିତା ହୋଇଥିଲେ। ତେବେ ବର୍ତ୍ତମାନ ସୋରଗେସୀ ଜରିଆରେ ଅଧିକାଂଶ ଲୋକ ବାପା, ମା’ ହେବାର ସୌଭାଗ୍ୟ ଅର୍ଜନ କରୁଛନ୍ତି। ଏଥିରେ ଅଧିକାଂଶ ସେଲିବ୍ରିଟି ସାମିଲ ଅଛନ୍ତି।

Comment