ଓଡ଼ିଶାଲାଇଭ୍‌ ବ୍ୟୁରୋ

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୨ ବର୍ଷ ହୋଇଥିବା ବେଳେ ନିଜ ମାକୁ ଧୂଆଁରେ କଷ୍ଟ ପାଇବାର ଦେଖିଥିଲେ। ୫ ଦଶକ ପରେ ୫୦ ବର୍ଷ ପୂର୍ବର ଅନୁଭୂତିକୁ ନଭୁଲି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆରମ୍ଭ କରିଛନ୍ତି।”, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ନୂଆଦିଲ୍ଲୀ ଠାରେ ଆଇଆଇଏମ୍ ଅହମ୍ମଦବାଦର ପୂର୍ବତନ ଡିନ୍ ଏବଂ ନିର୍ଦ୍ଦେଶକ ପ୍ରଫେସର ଏସ.କେ ବରୁଆଙ୍କ ଦ୍ୱାରା ପ୍ରସ୍ତୁତ ଏକ କେସ୍ ଷ୍ଟଡିର ଉପସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।। ଏହି କାର୍ଯ୍ୟକ୍ରମରେ ‘ଉଜ୍ଜଳା ଯୋଜନା’ ଉପରେ କହିବାକୁ ଯାଇ ଧର୍ମେନ୍ଦ୍ର ପ୍ରଧାନ ମୋଦି ଉପାଖ୍ୟାନକୁ ଖୋଲିଛନ୍ତି।

“ଭାରତରେ ଏଲପିଜି ଏକ ଆନ୍ଦୋଳନରେ ପରିଣତ ହୋଇଛି। କ୍ରୟ ସମୟରେ ଗ୍ରାହକମାନେ ୮୦୦ ରୁ ୯୦୦ ଟଙ୍କା ଦେଇ ଗ୍ୟାସ କିଣୁଛନ୍ତି। କିନ୍ତୁ ଦୁଇ ରୁ ତିନି ଦିନ ମଧ୍ୟରେ ସେମାନଙ୍କୁ ସବସିଡି ଦିଆଯାଉଛି। ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି”, ପ୍ରଧାନ କହିଛନ୍ତି।

ଅମୁଲ କମ୍ପାନୀ ଯେପରି ଭାବେ ଘର ଘରରୁ ଦୁଗ୍ଧ ଏକାଠି କରି ଏବେ ବିଶ୍ୱସ୍ତରରେ ଅମୂଲ ତିଆରି କରିପାରିଛି ସେଭଳି ଭାବେ ଏ କ୍ଷେତ୍ରରେ ମଧ୍ୟ ଏହିପରି ବ୍ୟବସ୍ଥା ହେବା ଦରକାର। ଏହା ଏକ ଚ୍ୟାଲେଞ୍ଜ ସଦୃଶ ହୋଇଥିବା ବେଳେ ଏହା ଦେଶର ୧୦ କୋଟି ମହିଳାଙ୍କୁ ଲାଭ ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Comment