ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଅଧିକାଂଶ ଫିଲ୍ମ ରାଜନୀତିକୁ ନେଇ ନିର୍ମିତ ହୋଇଛି। ବହୁ ପୂର୍ବରୁ ବଲିଉଡରେ ପଲିଟିକାଲ ଫିଲ୍ମ ନିର୍ମାଣର ପରମ୍ପରା ରହିଛି। ଏବେ ମଧ୍ୟ ପଲିଟକାଲ ଡ୍ରାମା ଫିଲ୍ମ ନିର୍ମାଣ ହେଉଛି। ଏହି ଫିଲ୍ମ ଗୁଡ଼ିକ ବକ୍ସ ଅଫିସ୍‌ରେ ହିଟ ମଧ୍ୟ ହୋଇଛି।

ଜାଣନ୍ତୁ ସେମିତି କିଛି ବଲିଉଡ ଫିଲ୍ମ ସମ୍ପର୍କରେ…

ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର

ନିକଟରେ ରିଲିଜ ହୋଇଥିଲା ଫିଲ୍ମ ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର। ଏହା ଏକ ପୁସ୍ତକ ଉପରେ ଆଧାରିତ। ବସ୍ତୁତଃ ‘ଦ ଆକ୍ସି ଡେଣ୍ଟାଲ୍‌ ପ୍ରାଇମ ମିନିଷ୍ଟର’ ହେଉଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ବିଖ୍ୟାତ ଅଭିନେତା ଅନୁପମ ଖେର ଅଛନ୍ତି ଡକ୍ଟର ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରିଥିଲେ।

ରାଜନୀତି

୨୦୧୦ ମସିହାରେ ରିଲିଜ୍‌ ହୋଇଥିଲା ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ରାଜନୀତି’। ଏହାର କାହାଣୀ ଭାରତୀୟ ଗଣତନ୍ତ୍ର ଓ ରାଜନୀତି ଉପରେ ଆଧାରିତ ଥିଲା ଏହି ସିନେମାରେ କାଟ୍ରିନା କୈଫ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ଏହି ଫିଲ୍ମରେ ଅଜୟ ଦେବଗନ, ନାନା ପାଟେକର୍‌, ରଣବୀର କପୁର, କାଟ୍ରିନା କୈଫ୍, ମନୋଜ ବାଜପେୟୀ ଓ ଅର୍ଜୁନ ରାମପାଲ ପ୍ରମୁଖ ଅଭିନୟ କରିଥିଲେ। ଫିଲ୍ମଟି ହିଟ୍‌ ମଧ୍ୟ ହୋଇଥିଲା।

ସରକାର ଓ ସରକାର ରାଜ

ଜଣାଶୁଣା ନିର୍ମାତା- ନିର୍ଦ୍ଦେଶକ ରାମଗୋପାଲ ବର୍ମା ପ୍ରଥମେ ‘ସରକାର’ ଓ ପରେ ଏହାର ସିକ୍ବେଲ ‘ସରକାର ରାଜ୍’ ନିର୍ମାଣ କରିଥିଲେ। ଏହି ଦୁଇଟି ସିନେମାର କେନ୍ଦ୍ରୀୟ ଭୂମିକାରେ ଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ତାଙ୍କ ଚରିତ୍ରଟି ଅନେକାଂଶରେ ଦେଶର ଅନ୍ୟତମ ରାଜନୈତିକ ଦଳ ‘ଶିବସେନା’ର ସୁପ୍ରିମୋ ବାଲାସାହେବ ଠାକରେଙ୍କ ସହିତ ସାମଞ୍ଜସ୍ୟ ଥିବା ହେତୁ ‘ସରକାର’ ଓ ‘ସରକାର ରାଜ୍‌’ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଏଥିମଧ୍ୟରୁ ପ୍ରଥମଟିରେ ଅମିତାଭ ଓ ଅଭିଷେକ ବଚ୍ଚନଙ୍କ ବ୍ୟତୀତ କାଟ୍ରିନା କୈଫ୍ ନଜର ଆସିଥିବା ବେଳେ ଦ୍ୱିତୀୟଟିରେ ଐଶ୍ୱର୍ଯ୍ୟା ରାୟଙ୍କୁ ଦେଖିବାକୁ ମିଳିଥିଲା।

ନାୟକ – ଦ ରିଅଲ୍ ହିରୋ

ଶଙ୍କରଙ୍କ ନିର୍ଦ୍ଦେଶିତ ହିଟ୍ ଫିଲ୍ମ ‘ନାୟକ ଦ ରିଅଲ ହିରୋ’ ପ୍ରକୃତରେ ଏକ ରାଜନୈତିକ ସିନେମା। ଜଣେ ସାଧାରଣ ଯୁବକ କିପରି ଦିନକର ମୁଖ୍ୟମନ୍ତ୍ରୀ ହୋଇପାରୁଛି, ତାହା ଦେଖିବାକୁ ମିଳିଥିଲା। ଏଥିରେ ଅନୀଲ କପୁର, ଅମ୍ରିଶ ପୁରୀ ଓ ରାଣୀ ମୁଖାର୍ଜୀ ପ୍ରମୁଖ ଅଭିନୟ କରିଥିଲେ।

ସତ୍ୟାଗ୍ରହ

୨୦୧୩ରେ ରିଲିଜ୍‌ ହୋଇଥିବା ପ୍ରକାଶ ଝାଙ୍କ ‘ସତ୍ୟାଗ୍ରହ’ ବି ରାଜନୈତିକ କାହାଣୀ ଉପରେ ଆଧାରିତ ଥିଲା। ଏଥିରେ ଅମିତାଭ ବଚ୍ଚନ, ଅଜୟ ଦେବଗନ୍, ଅର୍ଜୁନ ରାମପାଲ, ମନୋଜ ବାଜପେୟୀ ଓ କରିନା କପୁର ପ୍ରମୁଖ ଅଭିନୟ କରିଥିଲେ।

ଆରକ୍ଷଣ

୨୦୧୧ରେ ପରଦାକୁ ଆସିଥିବା ‘ଆରକ୍ଷଣ୍’ ଥିଲା ଆଉ ଏକ ବଡ଼ ରାଜନୈତିକ ସିନେମା। ଏଥିରେ ଅମିତାଭ ବଚ୍ଚନ, ସୈଫ ଅଲ୍ଲି ଖାନ୍‌, ଦୀପିକା ପାଦୁକୋନ୍‌ ଓ ମନୋଜ ବାଜପେୟୀ ପ୍ରମୁଖ ନଜର ଆସିଥିଲେ।

ଡାର୍ଟି ପଲିଟିକ୍ସ

କେ.ସି. ବୋକାଡିଆଙ୍କ ନିର୍ଦ୍ଦେଶିତ ତଥା ମଲ୍ଲିକା ଶେରାୱତଙ୍କ ଅଭିନୀତ ‘ଡାର୍ଟି ପଲିଟିକ୍ସ’ର ଟାଇଟଲରୁ ହିଁ ଜଣାପଡ଼ୁଛି ଯେ ଏହା ଏକ ରାଜନୈତିକ ସିନେମା। ଏହା ୨୦୧୫ରେ ରିଲିଜ୍‌ ହୋଇଥିଲା।

ଏତଦ୍‌ ବ୍ୟତୀତ ୟଙ୍ଗିସ୍ତାନ୍‌, ସାଂଘାଇ, ଏକ୍ ବୁରା ଆଦମୀ, ଯୁବା, ରକ୍ତ ଚରିତ୍ର, ହଜାରୋଁ ଖ୍ବାହିସୋ ଐ.ସି, ଚକ୍ରବ୍ୟୁହ, ହାସିଲ  ଫିରାକ୍‌, ରଣ୍‌, ସତ୍ତା, ଶୁଲ୍‌ ଓ ଆନ୍ଧି ଆଦି ସିନେମା ମଧ୍ୟ ଏହି ଶ୍ରେଣୀଭୁକ୍ତ।

Comment