ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରପାରିରେ ଆସ୍କା ସାଂସଦ ଲଡ଼ୁ କିଶୋର ସ୍ୱାଇଁ। ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଆପୋଲ ହସ୍ପିଟାଲରେ ଲଡୁ କିଶୋରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ।

ସୋମବାର ରାତିରେ ଲଡୁ କିଶୋର ସ୍ୱାଇଁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତିରେ ୧୧.୪୫ ବେଳକୁ ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପରେ ସାଂସଦ ଲଡ଼ୁ କିଶୋରଙ୍କ ମରଶରୀର ତାଙ୍କ ଗାଁ ଗଞ୍ଜାମ ଜିଲ୍ଲାକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯିବ। ତାଙ୍କୁ ଶେଷ ଦର୍ଶନ କରିବାକୁ ବହୁତ ପ୍ରସଂଶକଙ୍କ ଭିଡ଼ ଲାଗିରହିଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ସାଂସଦମାନେ ଦୁଃଖ ପ୍ରକାଶ କରିଥିଲେ। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହ ଆତ୍ମାର ସଦ୍‌ଗତି ପାଇଁ କାମନା କରିଛନ୍ତି।

Comment