ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦିନେ ସଲମାନଙ୍କ ନାୟିକା ସାଜୁଥିଲେ ଏହି ଅଭିନେତ୍ରୀ ,ଏବେ ତାଙ୍କ ପୁଅ କରିବେ ବଲିଉଡରେ ଏଣ୍ଟ୍ରି।

ବଲିଉଡରେ ସଲମାନ ଖାନଙ୍କ ଚାହିଦା ଆଜି ବି ରହିଛି। ସଲମାନ ବଲିଉଡର ବିଭିନ୍ନ ଅଭିନେତ୍ରୀଙ୍କ ସହ କାମ କରି ସାରିଛନ୍ତି। ସଲମାନଙ୍କ ସହ ଅଭିନୟ କରିଥବା ଏହି ଅଭିନେତ୍ରୀ ବିବାହ କରି ସଂସାର ମଧ୍ୟ କରିଛନ୍ତି। ହେଲେ ସଲମାନ ଆଜି ବି ବ୍ୟାଚଲର। ଆଶ୍ଚର୍ଯ୍ୟର କଥା ସଲମାନଙ୍କ ନାୟିକା ସାଜୁଥିବା ଅଭିନେତ୍ରୀଙ୍କ ପୁଅ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ

ସଲମାନଙ୍କ ଡେବ୍ୟୁ ଫିଲ୍ମ ‘ମୈନେ ପ୍ୟାର କିୟା’ରେ ତାଙ୍କ ନାୟିକା ସାଜିଥିଲେ ଭାଗ୍ୟଶ୍ରୀ। ଭାଗ୍ୟଶ୍ରୀ ଏହି ସୁପରହିଟ ଫିଲ୍ମ ପରେ ବିବାହ କରିନେଇଥିଲେ। ଏବେ ତାଙ୍କ ପୁଅ ଅଭିମନ୍ୟୁ ଦସାନୀ ବଲିଉଡରେ ଏଣ୍ଟ୍ରି ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ଧକ ଧକ ଗାର୍ଲ ମାଧୁରୀ ଓ ସଲମାନଙ୍କର ଅନେକ ସୁପରହିଟ ଫିଲ୍ମ ରହିଛି। ତାଙ୍କର ଦୁଇ ପୁଅ ଅଛନ୍ତି। ଖୁବଶୀଘ୍ର ସେ ବି ଅଭିନୟ ଜଗତରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଛି।

ମଲାଇକା ଅରୋରା ପୁଅ ଆରହାନ ଖାନ

ସଲମାନ ନାୟକ ସାଜି ନଥିଲେ ମଧ୍ୟ ମଲାଇକା ଅରୋରା ସଲମାନଙ୍କ ଫିଲ୍ମରେ ଆଇଟମ ସଙ୍ଗ୍‌ରେ ନଜର ଆସିଛନ୍ତି। ଏବେ ମଲାଇକାଙ୍କ ପୁଅ ବି ବଲିଉଡରେ ଏଣ୍ଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

କରିସ୍ମା କପୁରଙ୍କ ପୁଅ କିୟାନ 

କରିସ୍ମା କପୁର ସଲମାନଙ୍କ ସହିତ ଅନେକ ପିଲ୍ମରେ କାମ କରିଛନ୍ତି। କରିସ୍ମା ୨୦୦୩ରେ ବିବାହ କରିଥିଲେ। ୨୦୧୬ରେ ତାଙ୍କର ଛାଡ଼ପତ୍ର ହୋଇଥିଲା। ହେଲେ କରିସ୍ମାଙ୍କର ୮ ବର୍ଷର ପୁଅ ରହିଛି। ତାଙ୍କ ନାମ କିୟାନ ରାଜ କପୁର।

କରୀନା କପୁରଙ୍କ ପୁଅ ତୈମୁର

ସଲମାନଙ୍କ ଫିଲ୍ମରେ କରୀନା କପୁର ମଧ୍ୟ ନାୟିକା ସାଜିଛନ୍ତି। କରୀନା ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିଛନ୍ତି। କରୀନାଙ୍କ ପୁଅ ତୈମୁର ସେଲିବ୍ରିଟିଙ୍କ ଅଧିକ ଚର୍ଚ୍ଚାରେ ରହିଥାନ୍ତି।

Comment