ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନୀକୁ ଦୃଷ୍ଟିରେ ରଖି ଜାତୀୟ ନେତାଙ୍କ ଓଡ଼ିଶାକୁ ସୁଅ ଛୁଟୁଛି। ତେବେ ଚଳିତ ମାସରେ ଓଡ଼ିଶାକୁ କେନ୍ଦ୍ରୀୟ ବିଜେପି ନେତାଙ୍କ ସୁଅ ଛୁଟିବ। ଆସନ୍ତା ଫେବ୍ରୁଆରି ୧୭ରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଉତ୍ତର ଓଡ଼ିଶା ଆସିବେ। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିବେ। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଓ ମନୋଜ ସିହ୍ନା ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ।

ଏନେଇ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅନ୍ୟପଟେ ଶୁକ୍ରବାରଠାରୁ ରାଜ୍ୟର ପ୍ରତି ବିଧାନସଭା କ୍ଷେତ୍ରରେ ବିଜେପିର ପରିବର୍ତ୍ତନ ସଭା ଆରମ୍ଭ ହେବ। ଆସନ୍ତା ମାର୍ଚ୍ଚ ୨ ଯାଏଁ ରାଜ୍ୟର ସବୁ ବିଧାନସଭା କ୍ଷେତ୍ରରେ ଏହି ସଭା ଚାଲିବ। ଆଗାମୀ ନିର୍ବାଚନରେ ଏହି ସଭା ବିଜେପି ପାଇଁ ଏକ ମାଷ୍ଟରଷ୍ଟ୍ରୋକ୍‌ ହୋଇପାରେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

Comment