ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ମାଘ ସପ୍ତମୀ ମେଳା ବା ଖଣ୍ଡଗିରି ମେଳା। ପବିତ୍ର ମାଘ ସପ୍ତମୀ ଅବସରରେ ଖଣ୍ଡଗିରି ମହାକୁମ୍ଭ ମେଳା ଆରମ୍ଭ ହୁଏ। ପ୍ରତିବର୍ଷ ଭଳି ଏବର୍ଷ ମେଳାରେ ୧୨ ଦିନ ଧରି ଯାତ୍ରା ପରିବେଷଣ ହେବ। ଏହି ଅବସରରେ ସାଧୁସନ୍ଥମାନଙ୍କ ଭିଡ଼ ଜମିବ। ସାଧୁସନ୍ଥମାନଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମେତ ଦର୍ଶକଙ୍କ ମଧ୍ୟ ଭିଡ଼ ଜମିବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠୁଛି ଖଣ୍ଡଗିରି।

ମେଳାର ମୁଖ୍ୟ ଆକର୍ଷଣ ଯାତ୍ରା ସମର। ୧୨ ଦିନ ଧରି ଖଣ୍ଡଗିରିରେ ଚାଳିବ ଯାତ୍ରା ମହାସମର। ଏଥିପାଇଁ ଭିଡ଼ ହେବାର ସମ୍ଭାବନା ରହିଛି। ଏହି ଭିଡ଼କୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି। ୨୦ଟି ସିସିଟିଭି ନଜରରେ ରହିବ ଖଣ୍ଡଗୀରୀ ମେଳା।

ତେବେ ମେଳା ପାଇଁ ବ୍ୟବସାୟୀମାନଙ୍କୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ଲଟ ଯୋଗାଇ ଦିଆଯାଇଛି। ଯାତ୍ରୀମାନଙ୍କ ପାଇଁ ପାର୍କିଂ ଏବଂ ଅସ୍ଥାୟୀ ପାଇଖାନାର ବ୍ୟବସ୍ଥା ମଧ୍ୟ ହୋଇଛି। ଭିଡ଼କୁ ନଜରରେ ରଖି ୪ ପ୍ଲାଟୁନ୍‌ ପୋଲିସ ମୁତୟନର ବ୍ୟବସ୍ଥା ମଧ୍ୟ କରାଯାଇଛି।

Comment