ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ପହଞ୍ଚିଲେ ନିର୍ବାଚନ କମିଶନଙ୍କ ଟିମ୍। ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଆଜି ସନ୍ଧ୍ୟାରେ ଆସି ପହଞ୍ଚିଛନ୍ତି।

ଓଡ଼ିଶାରେ ନିର୍ବାଚନର ସ୍ଥିତି ସମୀକ୍ଷା କରିବେ ଏହି ଟିମ୍। ତିନି ଦିନ ଧରି ଓଡ଼ିଶାରେ ରହିବେ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ଅନ୍ୟ ପଦାଧିକାରୀଙ୍କୁ ଭେଟିବେ।

ନିର୍ବାଚନ କମିଶନର ଅଶୋକ ଲାଭାସା କହିଛନ୍ତି, “ନିର୍ବାଚନ ପ୍ରସ୍ତୁତି କେମିତି ଚାଲିଛି ତାର ତଦାରଖ କରାଯିବ। ନିର୍ବାଚନକୁ କେମିତି ସୁରୁଖୁରୁରେ ପରିଚାଳନା କରାଯିବ ସେନେଇ ଆଲୋଚନା କରାଯିବ।”

Comment