ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣ ଘଟଣା ସାରା ଦେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ଦେଶବ୍ୟାପି ଲୋକ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏନେଇ ଭାରତୀୟ ସେନାର ପକ୍ଷରୁ ଏକ ବୈଠକ ଡକାଯାଇଥିଲା। ଆତଙ୍କବାଦୀଙ୍କ ଆକ୍ରମଣର ମୁକାବିଲା କରିବା ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ ବୋଲି ମାର୍ଶଲ ବୀରେନ୍ଦ୍ର ସିଂହ ଧାନୋଆ ବୈଠକରେ କହିଛନ୍ତି।

“ଭାରତ ଉପରେ ବାରମ୍ବାର ଆକ୍ରମଣର ଜବାବ ଦେବା ଆବଶ୍ୟକ। ପାକିସ୍ତାନକୁ ଏହାର ଉଚିତ ଜବାବ ଦେବା ପାଇଁ ଭାରତୀୟ ବାୟୁସେନା ପାଖରେ ଯଥେଷ୍ଟ ଶକ୍ତି ଅଛି” ମାର୍ଶଲ ବୀରେନ୍ଦ୍ର ସିଂହ ଧାନୋଆ କହିଛନ୍ତି।

ପୁଲୱାମା ଆକ୍ରମଣକୁ ନେଇ ସଂସଦ ଭବନରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ଆକ୍ରମଣ ପରେ ସମଗ୍ର ଦେଶରେ ଆକ୍ରୋଶ ବ୍ୟାପିଛି। ଆକ୍ରମଣର ନିର୍ଣ୍ଣାୟକ ମୁକାବିଲା କରାଯିବ ବୋଲି ବୈଠକ ପରେ ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ଅନ୍ୟପଟେ ପୁଲୱାମା ଅତଙ୍କୀ ଆକ୍ରମଣକୁ ନା ଆମେ ଭୁଲି ପାରିବୁ ନା କାହାକୁ କ୍ଷମା କରିବୁ ବୋଲି ସିଆର୍‌ପିଏଫ୍‌ କହିଛି। ୪୪ ଜଣ ଯବାନଙ୍କ ସହିଦର ପ୍ରତିଶୋଧ ନିଆଯିବ ବୋଲି ସିଆର୍‌ପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Comment