ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ଅନିଲ କପୁରଙ୍କ ଅନୁସାରେ ନାୟକ ଦ ରିୟଲ ହିରୋର ସ୍ୱିକେଲ କରାଗଲେ ତାହା ବକ୍ସ ଅଫିସରେ ଏକ ଭଲ ଫିଲ୍ମ ବୋଲି ପ୍ରୁଭ ହେବ।

ଯେତେବେଳେ ଗଣମାଧ୍ୟମ ଅନିଲ କପୁରଙ୍କୁ ପଚାରିଥିଲା କି କେଉଁ ଫିଲ୍ମର ସ୍ୱିକେଲ କରାଯିବା ଦରକାର ସେତେବେଳେ ସେ କହିଥିଲେ କି ମୋତେ ଲାଗୁଛି ଫିଲ୍ମ ନାୟକର ସ୍ୱିକେଲ ଏକ ଭଲ ବିଚାର ଅଟେ।

ରାଜନୈତିକ ଆକ୍ସନ ଥ୍ରିଲର ଫିଲ୍ମ ନାୟକ ଏମ୍‌ ଶଙ୍କରଙ୍କ ତାମିଲ୍ ଫିଲ୍ମର ରିମେକ ଥିଲା। ୨୦୦୧ରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା ଏବଂ ବକ୍ସ ଅଫିସ୍‌ରେ ଏହା ସୁପରହିଟ୍‌ ହୋଇଥିଲା।

ଫିଲ୍ମରେ ମୂଳ ବିଷୟବସ୍ତୁ ଥିଲା କି କେମିତି ଜଣେ ସାଧାରଣ ଲୋକ ଦୁର୍ନିତୀ ବିରୋଧରେ ଲଢୁଛି ଏବଂ କେମିତି ଗୋଟିଏ ଦିନଲାଗି ମୁଖ୍ୟମନ୍ତ୍ରୀ ହେବାପରେ ତାର ପୂରା ଜୀବନ ବଦଳିଯାଉଛି।

ତେବେ ଦର୍ଶକଙ୍କ ଅଲଟାଇମ୍‌ ଫେଭରାଇଟ୍‌ ଥିବା ଫିଲ୍ମ ନାୟକର ଯଦି ସ୍ୱିକେଲ ହୁଏ ତେବେ ଏହା ନିଷ୍ଚିତ ଭାବେ ଫ୍ୟାନଙ୍କ ଲାଗି ଏକ ଖୁସି ଖବର।

Comment