ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜ ଭାଗ୍ୟ କେତେବେଳେ ସାଥ୍‌ ଦେବ ଆଉ ଲାଇଫ୍‌ ସମ୍ପୂର୍ଣ୍ଣ ବଦଳିଯିବ ତାହା କେହି କହିପାରିବେ ନାହିଁ। ଠିକ୍‌ ସେମିତି ଭାଗ୍ୟ ସାଥ୍‌ ଦେଇଛି ଅଭିନେତ୍ରୀ ଅନନ୍ୟାଙ୍କ ସହିତ।

ଟିକ୍‌ଟକ୍‌ ଭିଡ଼ିଓରୁ ତାଙ୍କୁ ସିଧା ଓଲିଉଡରେ ଡେବ୍ୟୁ ଲାଗି ଅଫର ଆସିଥିଲା। ତାହା ବି ଲିଡ୍‌ ରୋଲରେ।

ଅନନ୍ୟା ଏବେ ତାଙ୍କ ଡେବ୍ୟୁ ଫିଲ୍ମ ଚିରକୁଟ୍‌କୁ ନେଇ ବିଜି ଅଛନ୍ତି। ଫିଲ୍ମରେ ଅନନ୍ୟାଙ୍କୁ ଏକ ସୁନ୍ଦର ରୋଲ ମିଳିଛି। ଏଥିରେ ସେ ଜଣେ ଘରୋଇ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଯେ ପ୍ରତିଦିନ ସ୍କୁଲ ଯାଏ ଆଉ ଫେରେ। ତେବେ ଏହି ପଢା ଭିତରେ ସେ କେମିତି ପ୍ରେମରେ ପଡ଼ୁଛି ଓ ଆଗକୁ ଫିଲ୍ମର କାହାଣୀ ଗତିଶୀଳ ହେଉଛି।

ଫିଲ୍ମରେ ଯେଉଁ ରୋଲ ଅନନ୍ୟା ଅଭିନୟ କରୁଛନ୍ତି ତାହାକୁ ନେଇ କହିଛନ୍ତି ଫିଲ୍ମର କାହାଣୀ ତାଙ୍କ ରିଅଲ ଲାଇଫଠୁ ପୂରା ଅଲଗା।

ଏହି ଫିଲ୍ମ ଜରିଆରେ ପପୁ ପମ୍‌ପମ୍‌ ନିର୍ଦ୍ଦେଶନା ଦେବା ଆରମ୍ଭ କରିଛନ୍ତି। ଏହାସହିତ ଏହି ଫିଲ୍ମରେ ପପୁ ଅନେକ ନୂଆ ଟ୍ୟାଲେଣ୍ଟକୁ ସୁଯୋଗ ଦେଇଛନ୍ତି।

କେବଳ ପୁପୁ ନୁହନ୍ତି ଫିଲ୍ମର ପୂରା ଟିମ୍‌ ଫିଲ୍ମର ସଫଳତାକୁ ନେଇ ଆଶାବାଦୀ ଅଛନ୍ତି। ତେବେ ଫିଲ୍ମ କେତେ ହିଟ୍‌ ହେଉଛି ତାହା ରିଲିଜ୍‌ ହେବାପରେ ହିଁ ଜଣାପଡ଼ିବ।

Comment