ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି। ସେଠାରେ ତାଙ୍କୁ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ସମ୍ମାନକୁ ମୋଦି ଭାରତୀୟଙ୍କୁ ସମର୍ପଣ କରିଛନ୍ତି। ସମ୍ମାନ ସହ ମିଳିଥିବା ଅର୍ଥରାଶିକୁ ମଧ୍ୟ ସେ ନମାମି ଗଙ୍ଗେକୁ ଦାନ କରିଛନ୍ତି। ଏହି ଅବସରରେ ମୋଦି ତାଙ୍କ ଅଭିଭାଷଣରେ ଆତଙ୍କବାଦ ବିରୋଧରେ ସମଗ୍ର ବିଶ୍ୱ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି।

“ଆତଙ୍କବାଦ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ଓ ବିଶ୍ୱ ଶାନ୍ତି ପାଇଁ ଆତଙ୍କବାଦ ବଡ଼ ବିପଦ। ଏହା ବିରୋଧରେ ଲଢ଼ିବାକୁ ହେଲେ ପୂରା ବିଶ୍ୱ ଏକାଠି ହେବା ଆବଶ୍ୟକ”,  କହିଛନ୍ତି ମୋଦି।

ସେ ଆହୁରି ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନ, ଉଜ୍ଜ୍ୱଳା ଯୋଜନା, ଜନଧନ ଯୋଜନା, ଆୟୁଷ୍ମାନ ଭାରତ ଆଦି ଯୋଜନା ସମ୍ପର୍କରେ କହିଛନ୍ତି।

ଗସ୍ତର ଦ୍ୱିତୀୟ ଦିନରେ ମୋଦି ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥିସହ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜେ ଇନଙ୍କୁ ସାକ୍ଷାତ କରିଛନ୍ତି।

Comment