ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ ମନ୍ତ୍ରୀ ଟି.ଏସ୍‌ ସିଂଦେଓଙ୍କୁ ଓଡ଼ିଶା କଂଗ୍ରେସର ଅସ୍ଥାୟୀ ପ୍ରଭାରୀ ଦାୟିତ୍ୱ ମିଳିଛି। ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି।

ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଟି.ଏସ୍‌ ସିଂଦେଓଙ୍କୁ ଓଡ଼ିଶା କଂଗ୍ରେସର ଅସ୍ଥାୟୀ ପ୍ରଭାରୀ ଭାବେ ନିଯୁକ୍ତି କରିଛନ୍ତି।

ବର୍ତ୍ତମାନ ଟି.ଏସ୍‌ ସିଂଦେଓ ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି। ତେବେ ଜିତେନ୍ଦ୍ର ସଂଦେଓ ପୂର୍ବପରି ପ୍ରଭାରୀ ଦାୟିତ୍ୱରେ ରହିବା ନେଇ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Comment