ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ‘ଆଜିର ବଡ଼ ଖବର’।
ଆଗାମୀ ୨୪ ଘଣ୍ଟା ବର୍ଷିବ, ୨୧ ଜିଲ୍ଲାକୁ ସତର୍କ ସୂଚନା
ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ସକାଳ ସାଢ଼େ ୧୨ଟା ମଧ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
ନିର୍ବାଚନ ଠିକ୍ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଭେଟି। ରାଜ୍ୟ ସରକାର ସୋମବାର ସରକାରୀ କର୍ମଚାରୀଙ୍କ ପାଇଁ ଭେଟି ଘୋଷଣା କରିଛନ୍ତି। ସୋମବାର ରାଜ୍ୟ ସରକାର, ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି।
ମାର୍ଚ୍ଚ ୩୧ ପରେ ବନ୍ଦ ହୋଇଯିବ ପାନ କାର୍ଡ!
ପାନ କାର୍ଡର ବ୍ୟବହାର ସବୁ ଜାଗାରେ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର। ସମସ୍ତ ନାଗରିକଙ୍କ ପାଇଁ ପାନ କାର୍ଡ ଜରୁରୀ ହୋଇଯାଇଛି। ପାନ କାର୍ଡ ବିନା ସରକାରୀ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଯାଉଛି। ବ୍ୟାଙ୍କ ହେଉ କି ଅନ୍ୟ ସରକାରୀ ଅନୁଷ୍ଠାନ ହେଉ ପାନ କାର୍ଡ ଲିଙ୍କ ଜରୁରୀ।
ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ !
ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ପୁଣି ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଆଜି ଇଂରାଜୀ ପରୀକ୍ଷା ହେଉଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ ନେଇ ଅଭିଯୋଗ ହୋଇଛି।
ପାକ୍ ବିରୋଧରେ ଭାରତ ନେବ ବଡ଼ ପଦକ୍ଷେପ! ଆଜି ତିନି ସେନା ମୁଖ୍ୟଙ୍କ ସହ ବୈଠକ କରିବେ ପ୍ରତିରକ୍ଷା ମନ୍ତ୍ରୀ
ପୁଲୱାମା ଆକ୍ରମଣକୁ ନେଇ ସୋମବାର ବଡ଼ ବୈଠକ ହେବ। ଏହି ବୈଠକରେ ସ୍ଥଳସେନା, ବାୟୁସେନା, ନୌସେନାର ପ୍ରମୁଖ ଭାରତୀୟ ଦୂତାବାସ ଅଧିକାରୀଙ୍କ ସହ ବୈଠକ କରିବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।
ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ୱିନ୍ଙ୍କ ରାଜନୀତିରେ ଏଣ୍ଟ୍ରି
ସାଧାରଣତଃ ଶୁଣିବାକୁ ମିଳିଥାଏ କି ନିର୍ବାଚନ ପୂର୍ବରୁ ଅଭିନେତା କିମ୍ବା ସେଲିବ୍ରିଟି କୌଣସି ନା କୌଣସି ଦଳରେ ସାମିଲ ହୋଇଥାନ୍ତି। କିନ୍ତୁ ନିକଟରେ ଦେଶର ପ୍ରଥମ ମିସ୍ ଟ୍ରାନ୍ସ କୁଇନ୍ ବୀଣା ସେନ୍ଦ୍ରେ କଂଗ୍ରେସରେ ସାମିଲ ହୋଇଛନ୍ତି। ବୀଣା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।
ପାକ୍ ଗୋଟିଏ ପରମାଣୁ ବୋମା ପକାଇଲେ, ଭାରତ ୨୦ ବୋମା ପକାଇ ଧ୍ଵଂସ କରିଦେବ – ମୁଶାରଫ
“ପାକିସ୍ତାନଠାରୁ ଭାରତ ଅଧିକ ଶକ୍ତିଶାଳୀ। ଯଦି ପାକିସ୍ତାନ ଗୋଟିଏ ପରମାଣୁ ବୋମା ପକାଏ ତେବେ ଭାରତ ୨୦ଟି ପରମାଣୁ ବୋମା ପକାଇ ପାକସ୍ତାନକୁ ଧ୍ଵଂସ କରିଦେବ”, ଏକଥା କହିଛନ୍ତି ପୂର୍ବତନ ପାକିସ୍ତାନ ସେନା ମୁଖ୍ୟ ତଥା ପୂର୍ବତନ ପାକ୍ ରାଷ୍ଟ୍ରପତି ପରଭେଜ ମୁଶାରଫ।
‘ପିରିଅଡ୍କୁ ମିଳିଲା ଓସ୍କାର’
ହଲିଉଡ୍ର ୯୧ତମ ଓସ୍କାର୍ ଆୱାର୍ଡର ଘୋଷଣା ଆରମ୍ଭ ହୋଇଯାଇଛି। ଏହା ସହ ବିଜେତାଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଏହି ସମାରୋହ ଆମେରିକାର କାଲିଫର୍ଣ୍ଣିଆର ଡଲବି ଥିଏଟରରେ ଅନୁଷ୍ଠିତ ହୋଇଛି।
ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇନି : ବୋର୍ଡ
ସୋମବାର ଇଂରାଜୀ ପରୀକ୍ଷା ଦେଇଛନ୍ତି ପାଖାପାଖି ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ମାତ୍ର ପରୀକ୍ଷା ଆରମ୍ଭର ମାତ୍ର ୧୫ମିନିଟ୍ ପରେ ସେଟ୍(ଏ)ର ପ୍ରଶ୍ନ ଭାଇରାଲ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା।









