ଓଡ଼ିଶାଲାଇଭ୍‌ ଏଣ୍ଟରଟେମେଣ୍ଟ ବ୍ୟୁରୋ

”ପୃଥିବୀରେ ପ୍ରତି ଝିଅ ଜଣେ ଜଣେ ଦେବୀ।”

ହଲିଉଡ୍‌ର ୯୧ତମ ଓସ୍କାର୍‌ ଆୱାର୍ଡର ଘୋଷଣା ଆରମ୍ଭ ହୋଇଯାଇଛି। ଏହା ସହ ବିଜେତାଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଏହି ସମାରୋହ ଆମେରିକାର କାଲିଫର୍ଣ୍ଣିଆର ଡଲବି ଥିଏଟରରେ ଅନୁଷ୍ଠିତ ହୋଇଛି।

ଏଥିରେ ଭାରତର ମହିଳାମାନଙ୍କ ମାସିକ ଋତୁସ୍ରାବ ଉପରେ ନିର୍ମାଣ ହୋଇଥିବା କ୍ଷୁଦ୍ର ପ୍ରାମାଣିକ ଫିଲ୍ମ ‘ପିରିଅଡ୍‌ ଏଣ୍ଡ ଅଫ୍‌ ସେଣ୍ଟେନସ୍‌କୁ’ ଶ୍ରେଷ୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ କ୍ୟାଟେଗୋରିରେ ପୁରସ୍କୃତ କରାଯାଇଛି। ଏହି ଫିଲ୍ମଟି ଉତ୍ତରପପ୍ରଦେଶର ହାପୁଡରେ ରହୁଥିବା ଝିଅମାନଙ୍କ ଉପରେ ତିଆରି କରାଯାଇଥିଲା।

ଏହି ଫିଲ୍ମଟି ଓସ୍କାର ଭଳି ଆୱାର୍ଡ ପାଇବାପରେ ଫିଲ୍ମ ନିର୍ଦ୍ଦେଶକ  ଓ ଫିଲ୍ମ ମେକର ସୋସିଆଲ ମିଡିଆରେ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, “ଆମେ ଜିତିଯାଇଛୁ!!ପୃଥିବୀରେ ପ୍ରତି ଝିଅ ଜଣେ ଜଣେ ଦେବୀ।” ଏହା ସହ ଫିଲ୍ମରେ ଅଭିନୟ କରିଥିବା କଳାକାର ମାନେ ମଧ୍ୟ ସେଲିବ୍ରେସନ କରିଛନ୍ତି।

Comment