ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ଚାଲିଥାଏ, ସେତିକି ଚର୍ଚ୍ଚା ଅଭିନେତା, ଅଭିନେତ୍ରୀମାନଙ୍କ ରିଅଲ ଲାଇଫକୁ ନେଇ ମଧ୍ୟ ହୋଇଥାଏ। ଦର୍ଶକମାନେ ନିଜ ମନପସନ୍ଦ ନାୟକ ନାୟିକାଙ୍କ ଲଭ୍ ଲାଇଫ୍ ବିଷୟରେ ଜାଣିବା ପାଇଁ ବେଶ୍ ଉତ୍ସାହିତ ଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ବଲିଉଡର ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ଫିଲ୍ମନିର୍ମାତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ରାନୀ ମୁଖର୍ଜୀ ଓ ଆଦିତ୍ୟ ଚୋପ୍ରା

rani mukherji and husband

ନିଜର ବ୍ଲକ୍ ବଷ୍ଟର ଫିଲ୍ମ “ଦିଲଓ୍ୱାଲେ ଦୁଲହନିଆ ଲେ ଜାଏଙ୍ଗେ”ରୁ ବେଶ୍ ସଫଳତା ହାସଲ କରିଥିଲେ ଫିଲ୍ମନିମାର୍ତା ଆଦିତ୍ୟ ଚୋପ୍ରା। ୨୦୧୪ ମସିହାରେ ରାନୀ ମୁଖର୍ଜୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ଏହା ପୂର୍ବରୁ ଆଦିତ୍ୟ ୨୦୦୧ରେ ଫିଲ୍ମ ପ୍ରଡ୍ୟୁସର ପାୟଲ ଖନ୍ନାଙ୍କୁ ବିବାହ କରିଥିଲେ ମଧ୍ୟ ୨୦୦୯ରେ ଦୁହେଁ ଅଲଗା ହୋଇଯାଇଥିଲେ।

ସୋନାଲୀ ଏବଂ ଗୋଲ୍ଡି ବହଲ୍

sonali bendre and husband

୧୯୯୪ ମସିହାରେ ଫିଲ୍ମ “ନାରାଜ”ର ସୁଟିଂ ସେଟରେ ପ୍ରଥମ ଥର ପାଇଁ ସୋନାଲୀ ଏବଂ ଗୋଲ୍ଡିଙ୍କ ଭେଟ ହୋଇଥିଲା। ଏହା ପରେ ସେ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ। ୧୯୯୮ ମସିହାରେ ଗୋଲ୍ଡି ପ୍ରଡ୍ୟୁସର ଭାବରେ “ଅଙ୍ଗାରେ” ଫିଲ୍ମ କରିଥିଲେ ଯେଉଁଥିରେ ସୋନାଲୀ ଅଭିନୟ କରିଥିଲେ। ୨୦୦୨ ମସିହାରେ ଦୁହେଁ ବିବାହ କରିଥିଲେ।

ଉଦିତା ଗୋସ୍ୱାମୀ ଏବଂ ମୋହିତ ସୁରୀ

udita goswami and husband

୨୦୦୫ରେ ରିଲିଜ୍ ହୋଇଥିବା ମୋହିତ ସୁରୀଙ୍କ ଫିଲ୍ମ “ଜହର”ରେ ଅଭିନୟ କରିଥିଲେ ଉଦିତା ଗୋସ୍ୱାମୀ। ଏହାପରଠୁ ଦୁହେଁ ଭଲ ସାଙ୍ଗ ହୋଇଥିଲେ ଏବଂ ପରେ ପରସ୍ପରକୁ ଡେଟ୍ କରିଥିଲେ। ୨୦୧୩ରେ ଦୁହେଁ ବିବାହ କରିଥିଲେ। ବର୍ତ୍ତମାନ ଦୁହିଁଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି।

ଶ୍ରୀଦେବୀ ଏବଂ ବୋନୀ କପୁର

sridevi and husband

“ଫିଲ୍ମ ମିଷ୍ଟର” ଇଣ୍ଡିଆରୁ ଆରମ୍ଭ ହୋଇଥିଲା ଶ୍ରୀଦେବୀ ଏବଂ ବୋନୀ କପୁରଙ୍କ ଲଭ୍ ଷ୍ଟୋରୀ। କିନ୍ତୁ ପୂର୍ବରୁ ମୋନା କପୁରଙ୍କୁ ବିବାହ କରିଥିଲେ ବୋନୀ କପୁର। ପରେ ୧୯୯୬ ମସିହାରେ ଶ୍ରଦେବୀ ଏବଂ ବୋନୀ କପୁର ପରସ୍ପରକୁ ବିବାହ କରିଥିଲେ।

କଲକୀ କୋଚଲିନ ଏବଂ ଅନୁରାଗ କଶ୍ୟପ୍

kalki kochlin and husband

୨୦୧୧ ମସିହାରେ ବିବାହ ବନ୍ଧନର ଆବଦ୍ଧ ହୋଇଥିଲେ ଅଭିନେତ୍ରୀ କଲକୀ କୋଚଲିନ ଏବଂ “ଗ୍ୟାଙ୍ଗସ୍ ଅଫ୍ ଓ୍ୱାସେପୁର” ଫିଲ୍ମର ଡିରେକ୍ଟର ଅନୁରାଗ କଶ୍ୟପ୍। ହେଲେ ୨୦୧୫ରେ ଦୁହେଁ ଅଲଗା ହୋଇଯାଇଥିଲେ। କଲକୀଙ୍କ ପୂର୍ବରୁ ଫିଲ୍ମ ଏଡିଟର୍ ଆରତୀ ବଜାଜଙ୍କୁ ବିବାହ କରିଥିଲେ ଅନୁରାଗ।

ସୋନୀ ରାଜଦାନ ଏବଂ ମହେଶ ଭଟ୍ଟ

mahesh bhatt and wife

୧୯୮୧ରେ “୩୬ ଚୌରଙ୍ଗୀ ଲେନ୍” ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସୋନୀ ରାଜଦାନ ୧୯୮୬ରେ ଫିଲ୍ମ ଡିରେକ୍ଟର ମହେଶ ଭଟ୍ଟଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ମହେଶ ଭଟ୍ଟ କିରଣ ଭଟ୍ଟଙ୍କୁ ବିବାହ କରିଥିଲେ। ସୋନୀ ଏବଂ ମହେଶଙ୍କ ଦୁଇଟି ଝିଅ ହେଉଛନ୍ତି ଆଲିଆ ଭଟ୍ଟ ଏବଂ ସାହୀନ ଭଟ୍ଟ।

ଦିପ୍ତି ନବଲ ଏବଂ ପ୍ରକାଶ ଝା

prakash jha and wife

ପ୍ରକାଶ ଝା ନିଜ ଫିଲ୍ମ “ହିପ୍ ହିପ୍ ହୁରେ” ରେ ଅଭିନୟ କରୁଥିବା ଦିପ୍ତି ନବଲଙ୍କୁ ୧୯୮୫ରେ ପ୍ରେମ ବିବାହ କରିଥିଲେ। ଏହାପରେ ସେମାନେ ଏକା ସାଙ୍ଗରେ ଆହୁରି ଫିଲ୍ମ ମଧ୍ୟ କରିଛନ୍ତି। କିନ୍ତୁ ପରେ ଦୁହେଁ ପରସ୍ପରଠୁ ଅଲଗା ହୋଇଯାଇଥିଲେ।

ମୀନା କୁମାରୀ ଏବଂ କମାଲ ଅମରୋହି

meena kumari and kamal amrohi

ପୂର୍ବରୁ ବିବାହିତ ଥିବା ଡିରେକ୍ଟର କମାଲ ଅମରୋହି ୧୯୫୨ ମସିହାରେ ଅଭିନେତ୍ରୀ ମିନା କୁମାରୀଙ୍କୁ ଲୁଚିକି ବିବାହ କରିଥିଲେ। ସେତେବେଳେ ତାଙ୍କୁ ୩୪ ଏବଂ ମିନା କୁମାରୀଙ୍କୁ ୧୯ ବର୍ଷ ହୋଇଥିଲା। ପରେ ୧୯୭୨ରେ କମାଲ ଅମରୋହିଙ୍କ ଫିଲ୍ମ “ପାକିଜା”ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମୀନା କୁମାରୀ।

କିରଣ ଜୁନେଜା ଏବଂ ରମେଶ ସିପ୍ପି

kiran juneja and ramesh sippi

ବହୁଚର୍ଚ୍ଚିତ ଫିଲ୍ମ ସୋଲେର ଡିରେକ୍ଟର ୧୯୯୧ ମସିହାରେ ଅଭିନେତ୍ରୀ କିରଣ ଜୁନେଜୀଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ତାଙ୍କ ବିବାହ ଗୀତା ସିପ୍ପିଙ୍କ ସହ ହୋଇଥିଲା। କିରଣ ଏବଂ ରମେଶ ସିପ୍ପିଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ବହୁତ ଅଧିକ।

Comment