ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଆପଣମାନଙ୍କ ଆଜିର ଜୋଶ୍‌ ମୁଁ ଦେଖିପାରୁଛି। ଦେଶବାସୀଙ୍କୁ ବିଶ୍ୱାସ ଦେଉଛି ଯେ ଦେଶ ସୁରକ୍ଷିତ ହାତରେ ଅଛି। ମୋତେ ଏ ମାଟିର ରାଣ, ଦେଶକୁ ନଇଁବାକୁ ଦେବିନି। ଭାରତମାତାକୁ କାହାରି ଆଗରେ ନଇଁବାକୁ ଦେବିନି” କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମଙ୍ଗଳବାର ରାଜସ୍ଥାନର ଚୁରୁ ଅଞ୍ଚଳରେ ନିର୍ବାଚନୀ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ପାକି ଅଧିକୃତ କଶ୍ମୀର ଉପରେ ହୋଇଥିବା ଏୟାର ଆଟ୍ଟାକ୍‌ ବିଷୟରେ କହିଛନ୍ତି ମୋଦି। ଏହି ରାଲିରେ ମୋଦି କହିଛନ୍ତି, ଆଜି ହେଉଛି ଭାରତୀୟ ବୀର ସହିଦ ଯବାନଙ୍କୁ ମଥା ନୁଆଁଇ ସଲାମ୍‌ କରିବା ଦିନ।

ଆଜି ଭୋରରରୁ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ଭାରତୀୟ ବାୟୁସେନାର ବଡ଼ ଧରଣର ହମଲା ହୋଇଛି। ବାୟୁସେନାର ୧୨ଟି ଲଢ଼ୁଆ ମିରାଜ-୨୦୦୦ ବିମାନ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରି ଜୈଶ-ଇ-ମହମ୍ମଦର ପ୍ରାୟ ୨୦୦ରୁ ୩୦୦ ଆତଙ୍କବାଦୀଙ୍କୁ ସଫା କରିଛି।

Comment