ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ମଣିଷ ଅପରାଧ କରି ପୋଲିସ ଷ୍ଟେସନରେ ପହଞ୍ଚିବା କଥା ଶୁଣିଥିବେ କିନ୍ତୁ କେବେ କୁକୁଡ଼ା ନାଁରେ ଅଭିଯୋଗ ଆସିବା ଶୁଣିନଥିବେ। ତେବେ ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୮ ମାସ ଶିଶୁ ପୁତ୍ରକୁ ଗୋଡ଼ ନଖରେ ରାମ୍ପୁଡ଼ି ଦେଇଛି କୁକୁଡ଼ା। ଯେଉଁ ଅପରାଧରେ ଗୋଟିଏ କୁକୁଡ଼ାକୁ ଥାନାକୁ ଯିବାକୁ ପଡ଼ିଛି।

ପୁନମ୍ କୁଶୱାହ ନାମକ ଜଣେ ମହିଳା ପଡ଼ିଶା ଘର ପୋଷା କୁକୁଡ଼ା ତାଙ୍କ ଶିଶୁ ପୁତ୍ରକୁ ରାମ୍ପୁଡ଼ି ଥିବା ଅଭିଯୋଗ ଥାନାରେ କରିଥିଲେ। ପୂର୍ବରୁ ମଧ୍ୟ କୁକୁଡ଼ା ଏଭଳି କରିଥିବା ପୁନମ୍ ପୋଲିସକୁ କହିଥିଲେ। ଏହାପରେ ଥାନା ପକ୍ଷରୁ କୁକୁଡ଼ା ସମେତ ମାଲିକାଣୀ-ମାଲିକଙ୍କୁ ଥାନାକୁ ଡ଼କାଯାଇଥିଲା। ଥାନାରେ ପହଞ୍ଚି କୁକୁଡ଼ା ମାଲିକାଣୀ କାନ୍ଦିବାକୁ ଲାଗିଥିଲେ। ତାଙ୍କ କୁକୁଡ଼ା ପ୍ରତି କୌଣସି ଦଣ୍ଡବିଧାନ ନ କରିବାକୁ ମହିଳା ଜଣକ ଗୁହାରି କରିଥିଲେ।

ମାଲିକ-ମାଲିକାଣୀ ପୋଲିସକୁ ପ୍ରତିଶୃତି ଦେଇଥିଲେ. ସେମାନେ ଏବେ ତାଙ୍କ କୁକୁଡାକୁ ସାବଧାନରେ ରଖିବେ। ସେମାନଙ୍କର କୌଣସି ସନ୍ତାନ ନ ଥିବାରୁ କୁକୁଡ଼ାକୁ ଆଦରରେ ପାଳିଥିବା ପ୍ରକାଶ କରିଥିଲେ। କୁକୁଡାର ମାଲିକ-ମାଲିକାଣୀ ପୁନମଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରିଥିଲେ। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here