ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ନୋଟବୁକ୍‌ର ପ୍ରଥମ ଗୀତ ରିଲିଜ ହୋଇଛି। ଫିଲ୍ମର ଏକ ରୋମାଣ୍ଟିକ ଗୀତ “ନେହିଁ ଲଗଦା” ଆଜି ରିଲିଜ ହୋଇଛି। ଏହି ଗୀତରେ ଅଭିନେତା ଜାହିର ଇକବଲ ଓ ଅଭିନେତ୍ରୀ ପ୍ରନୂତନଙ୍କ ପ୍ରେମକାହାଣୀକୁ ଦର୍ଶାଯାଇଛି।

ଏହି ଗୀତକୁ ବିଶାଳ ମିଶ୍ର କମ୍ପୋଜ କରିବା ସହିତ ନିଜେ କଣ୍ଠଦାନ ମଧ୍ୟ କରିଛନ୍ତି।

ଫିଲ୍ମରେ ଜାହିର କବୀର ଭୂମିକାରେ ଅଭିନୟ କରିଥିଲାବେଳେ ପ୍ରନୂତନ ଫିରଦୋସ ଭୂମିକାରେ ଅଭିନୟ କରିଛନ୍ତି।

ସଲମାନ ଖାନ୍‌ ନିକଟରେ ନିଜ ଆଗାମୀ ଫିଲ୍ମ ନୋଟବୁକ୍‌ର ଟ୍ରେଲର ରିଲିଜ୍‌ କରିଛନ୍ତି। ଟ୍ରେଲରେ ଲଭ୍‌, ଇମୋସନ, ଡିଭୋସନ୍‌କୁ ସବୁକିଛଇ ଦର୍ଶାଯାଇଛି।

ଭଲପାଇବା କେତେ ସୁନ୍ଦର ଆଉ ଭଲପାଇବା ବିନା ଦେଖା ବିନା କଥାବାର୍ତ୍ତାରେ ବି କେମିତି ନିବିଡ ହୋଇଥାଏ ତାହା ଏଥିରେ ଦର୍ଶାଯାଇଛି।

Comment