ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ପାଇଁ ଆଜିର ଦିନ ବେଶ୍‌ ଖୁସିର ଦିନ କାରଣ ଆଜି ଭାରତର ବୀର ଯୋଦ୍ଧା ଭାରତୁ ଆସୁଛନ୍ତି। ତାଙ୍କ ଆସିବା ଖବର ସାରାଦେଶରେ ଖୁସି ଆଣିଛି। ବଲିଉଡରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଛି। ବଲିଉଡର ଅନେକ କଳାକାର ସୋସିଆଲ ମିଡିଆ ଜରିଆରେ ନିଜ ଖୁସି ବ୍ୟକ୍ତ କରିଛନ୍ତି।

ବଲିୁଡ ଅଭିନେତ୍ରୀ ତାପସୀ ପନ୍ନୁ ପାଇଲଟ ଅଭିନନ୍ଦନଙ୍କ ଆସିବା ନେଇ ସ୍ୱାଗତ ଜଣାଇଛନ୍ତି। ସେ ଏନେଇ ଟୁଇଟ ମଧ୍ୟ କରିଛନ୍ତି।

ବଲିଉଡ ଡ୍ରିମଗାର୍ଲ ହେମାମାଳିନୀ ମଧ୍ୟ ଅଭିନନ୍ଦନଙ୍କ ଆସିବା ଖବର ଶୁଣି ଖୁସି ବ୍ୟକ୍ତ କରିଛନ୍ତି। ସେ ତାଙ୍କୁ ଟୁଇଟରେ ଲେଖିଛନ୍ତି ଆମର ବୀରପୁତ୍ର ବାୟୁସେନା ପାଇଲଟ ଆଜି ଭାରତ ଆସୁଛନ୍ତି।

ବିବେକ ଓବ୍‌ରୟ ମଧ୍ୟ ଏଥିରେ ଖୁସି ପ୍ରକଟ କରିଛନ୍ତି।

ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଅଭିନନ୍ଦନଙ୍କ ଫେରିବା ନେଇ ଇମ୍ରାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comment