ଓଡ଼ିଶାଲାଇଭ୍ ବ୍ୟୁରୋabhinandan

୬୦ଘଣ୍ଟା ପର୍ଯ୍ୟନ୍ତ ପାକିସ୍ତାନ କବଜାରେ ରହିଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଶୁକ୍ରବାର ରାତି ୯ଟା ପରେ ୱାଘା-ଅଟାରୀ ବର୍ଡର ଦେଇ ଭାରତ ଫେରିଛନ୍ତି। ଯାହାପରେ ତାଙ୍କୁ ଅମୃତସର ନିଆଯାଇଥିଲା। ସେଠାରୁ ତାଙ୍କୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେଁ ଦିଲ୍ଲୀ ଅଣାଯାଇଛି।

ସେଠାରେ ସେ ବାୟୁସେନା ମୁଖ୍ୟଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ସେ ନିଜ ପରିବାର ଲୋକଙ୍କୁ ଭେଟିଛନ୍ତି। ପରିବାର ଲୋକେ ନିଜ ପୁଅକୁ ପାଖରେ ପାଇ ଯେମିତି ସେମାନଙ୍କର ଖୁସି ସବୁ ଲୁହ ହୋଇ ବହିଆସିଥିଲା। ଏହି ସମୟରେ ଅଭିନନ୍ଦନ କହିଛନ୍ତି ମୁଁ ସମ୍ପୁର୍ଣ୍ଣ ଠିକ୍‌ ଅଛି ଖୁବ ଶୀଘ୍ର ଡ୍ୟୁଟିକୁ ଫେରିବି।

ଦିଲ୍ଲୀରେ ଆଜି ଅଭିନନ୍ଦନଙ୍କର ମେଡିକାଲ ଟେଷ୍ଟ କରାଯାଉଛି। ଅଭିନନ୍ଦନଙ୍କ ବାପା ବି ପୂର୍ବରୁ ବାୟୁସେନାରେ କାମ କରିସାରିଛନ୍ତି ଏବଂ ତାଙ୍କ ମା ଜଣେ ଡାକ୍ତର ଅଟନ୍ତି।

ଅଭିନନ୍ଦନ ପାଖାପାଖି ତିନିଦିନ ପାକିସ୍ତାନ ଅଧୀନରେ ରହିବା ପରେ ଭାରତ ଫେରିଛନ୍ତି। ଭାରତ ପହଞ୍ଚିବା ପରେ ଯେମିତି ପୂରା ଦେଶେ ଏହି ବୀରଯବାନଙ୍କୁ ସ୍ୱାଗତ କରିଥିଲେ।

Comment