ଓଡ଼ିଶାଲଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜଣେ ୮ବର୍ଷର ବାଳକ ଓ ଜଣେ ସିଆରପିଏଫ ଯବାନଙ୍କ ମଧ୍ୟରେ ଥିବା ସମ୍ପର୍କର କାହାଣୀକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ହମିଦ ମାର୍ଚ୍ଚ୧୫ରେ ରିଲିଜ୍‌ ହେବ। ପ୍ରଥମେ ଏହା ମାର୍ଚ୍ଚ ୧ରେ ରିଲିଜ୍‌ ହେବା କଥା। ଫିଲ୍ମ ନିର୍ମାତା ଗତମାସ ପୁଲୱାମାରେ ହୋଇଥିବା ଆକ୍ରମଣ ପରେ ଫିଲ୍ମ ରିଲିଜ ଡେଟ୍‌କୁ ଘୁଞ୍ଚାଇଦେଇଥିଲେ।

ଏହି ଫିଲ୍ମକୁ ନେଇ ମଙ୍ଗଳବାର ଫିଲ୍ମ ନିର୍ଦ୍ଦେଶକ କହିଛନ୍ତି, “ଦେଶ ଦୁଃଖ ଓ ଉତ୍ତେଜନା ପରିସ୍ଥିତିରେ ଥିଲା, ଆମେ ଆମ ଦେଶବାସୀଙ୍କ ସହ ଏହି ସମୟରେ ଏକ ହୋଇ ରହିବା କଥା।”

ସେ ଆହୁରି ମଧ୍ୟ କହିଛନ୍ତି, “ଫିଲ୍ମ ‘ହମିଦ’ ପ୍ରେମ, ସମସ୍ତଙ୍କ ସହିତ ଭଲ କଥା, କଠିନ ପରିସ୍ଥିତିରେ ଜଣେ ଅନ୍ୟ ଜଣଙ୍କ ରହିବା ସହ ବୁଝିବା ଦରକାର। ପୂରା ଟିମ୍‌ ଆଶା କରୁଛୁ କି ଏହି ଫିଲ୍ମଟି ଲୋକଙ୍କ ପାଖରେ ଖୁସି ଓ ଶାନ୍ତିର ବାର୍ତ୍ତା ପହଞ୍ଚାଇବାରେ ସହାୟକ ହେବ।”

ଫିଲ୍ମଟି ହମିଦ ନାମକ ଜଣେ ପିଲାର କାହାଣୀକୁ ନେଇ ଆଧାରିତ। କେମିତି ଜଣେ ସିଆରପିଏଫଙ୍କ ସହିତ ତାଙ୍କର ଏକ ଅଲଗା ସମ୍ପର୍କ ହେଉଛି। ତାପରେ ପରସ୍ପର ପରସ୍ପର ସହିତ କଥା ହେଉଛନ୍ତି ଓ ଜଣେ ଅନ୍ୟ ଜଣଙ୍କ ଅସୁବିଧାକୁ ସଜାଡ଼ିବା ପାଇଁ ଉଦ୍ୟମ କରୁଛନ୍ତି। ଏହାରି ଉପରେ ଫିଲ୍ମଟି ଆଧାରିତ।

Comment