ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନ ଲଢ଼ିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ। ଏନେଇ ଆଜି କଂଗ୍ରେସ ଭବନରେ ବସିଥିବା ପିଇସି କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଢେଙ୍କାନାଳରୁ ସେ ନିର୍ବାଚନ ଲଢ଼ିବେ ବୋଲି ସିଇସିକୁ ରିପୋର୍ଟ ଦିଆଯାଇଛି। ଜିଲ୍ଲା କଂଗ୍ରେସ କମିଟିର ସୁପାରିଶରେ ଏହି ରିପୋର୍ଟ ଦିଆଯାଇଥିବା ଜଣାପଡ଼ିଛି।

କେ ପି ସିଂହଦେଓ ୨୦୧୪ରେ ନିର୍ବାଚନ ଲଢ଼ି ନଥିଲେ। ତାଙ୍କ ଜାଗାରେ ସୁଧିର ସାମଲଙ୍କୁ କଂଗ୍ରେସ ଟିକେଟ ଦେଇଥିଲା। ସୁଧିର ଏବେ ବିଜେଡିରେ। ଏଣୁ ୨୦୧୯ରେ ପୁଣି କେପି ସିଂହଦେଓଙ୍କୁ କଂଗ୍ରେସ ଟିକେଟ ଦେବାକୁ ଚାହୁଁଛି।

କେପି ସିଂହଦେଓ ଢେଙ୍କାନାଳ ଲୋକସଭା ଆସନରୁ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହାସହ ୨୦୦୯ରେ କେପି ପିସିସି ସଭାପତି ମଧ୍ୟ ଥିଲେ। କେପିଙ୍କ ନେତୃତ୍ୱରେ କଂଗ୍ରେସ ୨୦୦୯ ନିର୍ବାଚନ ଲଢ଼ିଥିଲା। ଏହି ନିର୍ବାଚନରେ ଦଳ ପରାଜିତ ହୋଇଥିଲା।

Comment