ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ମଇଦାନକୁ ପ୍ରାର୍ଥୀଙ୍କୁ ପଠାଇବା ପାଇଁ ଉଦ୍ୟମ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ସ୍ପଷ୍ଟ କରିଦିଆ ଯାଇଛି ଯେ ଏଥର ଲୋକସଭା ଓ ବିଧାନସଭା ନିର୍ବାଚନରେ ଗୋଟିଏ ପରିବାରରୁ କେବଳ ଜଣଙ୍କୁ ହିଁ ଟିକେଟ ମିଳିବ। ଏହି ନୀତିରେ ଆଦୌ ଏପଟ ସେପଟ ନାହିଁ ବୋଲି କହିଛନ୍ତି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ।

ଏବେ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ସିଂହଙ୍କ ଏହି ବିବୃତି କଂଗ୍ରେସ ଦଳ ଭିତରେ ଛନକା ସୃଷ୍ଟି କରିଛି। ଜିତେନ୍ଦ୍ର ସିଂହଙ୍କ ବୟାନ ପରେ ପରିବାର କହିଲେ କ’ଣ ବୁଝାଯିବ, କେଉଁ ସମ୍ପର୍କକୁ କେମିତି ଦେଖାଯିବ ଏଭଳି ଅନେକ ପ୍ରଶ୍ନ ଉଠିଛି।

ତେବେ ଯଦି ଜଣେ ନେତା, ଯାହାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି ସେ ଯଦି ଚାହିଁବେ ନିର୍ବାଚନ ଲଢ଼ିବେ ନାହିଁ ସେ ତାଙ୍କ ସମ୍ପର୍କୀୟଙ୍କୁ ମନୋନୀତ କରିପାରିବେ ବୋଲି ସିଂହ କହିଛନ୍ତି।

Comment