ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁରରେ ଶନିବାର ସକାଳେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁସାରେ ଜୟ ନଗରଛକରେ ଏକ ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମୃତ ଦମ୍ପତ୍ତିଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ସେଖ୍‌ ରେହମାନ୍‌ ଓ ତାଙ୍କ ପତ୍ନୀ।

ଘଟଣା ସମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ଅନ୍ୟପଟେ ପୋଲିସ ଖବର ପାଇ ଘଟଣା ସ୍ତଳରେ ପହଞ୍ଚିବା ସହିତ ତଦନ୍ତ ଆରମ୍ଭ କରିଛି।

କେହି ଦମ୍ପତ୍ତିଙ୍କୁ ହତ୍ୟ କରିଥାଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ପୋଡଶୀ ଏ ନେଇ କିଛି କହିପାରୁନାହାନ୍ତି।

Comment