ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗର୍ଭାବସ୍ଥାରେ ମଧୁମେହରେ ପୀଡ଼ିତ ମହିଳାମାନେ ପୁଷ୍ଟିକର ଆାହାର ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ। କାରଣ ଗର୍ଭବତୀ ମା’ ଗ୍ରହଣ କରୁଥିବା ଖାଦ୍ୟର ସିଧା ପ୍ରଭାବ ଗର୍ଭସ୍ତ ଶିଶୁ ଉପରେ ପଡ଼ିଥାଏ।

  • ପ୍ରତିଦିନ ଖାଦ୍ୟରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।
  • ଫାଷ୍ଟ ଫୁଡ୍‌, ପ୍ରୋସେସ୍‌ ଫୁଡ ବା ପ୍ୟାକେଟ୍‌ ଫୁଡରୁ ଦୂରରେ ରୁହନ୍ତୁ।
  • ତେଲ ମସଲାରୁ ନିଜକୁ ଦୂରରେ ରଖନ୍ତୁ

ଅଧିକାଂଶ ମହିଳା ଗର୍ଭବତୀ ଥିବା ସମୟରେ ନିଜ ଖାଦ୍ୟପେୟକୁ ନେଇ ଚିନ୍ତିତ ଥାନ୍ତି। ଏହି ସମୟରେ ଖାଦ୍ୟପେୟରେ ଅନେକ ପରିବର୍ତ୍ତନ ଆସିଥାଏ। ସାଧାରଣତଃ ଗର୍ଭାବସ୍ଥାରେ ମାଆ ନିଜ ପାଇଁ ଏବଂ ଗର୍ଭାଶୟରେ ଥିବା ଶିଶୁ ପାଇଁ ଖାଦ୍ୟ ଖାଇଥାଏ।

ଯଦି ଗର୍ଭାବସ୍ଥାରେ ମାଆକୁ ମଧୁମେହ ହୋଇଥାଏ ତେବେ ମାଆକୁ ନିଜ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ଯଦି ମାଆ ଗର୍ଭାଶୟ ପୂର୍ବରୁ ମଧୁମେହରେ ପୀଡ଼ିତ ଥାଏ ବା ଗର୍ଭାବସ୍ଥା ସମୟରେ ମଧୁମେହରେ ପୀଡ଼ିତ ଥାଏ ତେବେ ଖାଦ୍ୟ ଉପରେ ବେଶୀ ଧ୍ୟାନ ଦେବାକୁ ପଡ଼ିଥାଏ। ଜାଣନ୍ତୁ ଗର୍ଭାବସ୍ଥା ସମୟରେ ମଧୁମେହ ରୋଗୀଙ୍କ ପାଇଁ କେଉଁ ସବୁ ଖାଦ୍ୟ ସେବନ କରିବାକୁ ପଡ଼ିଥାଏ।

ତରଭୂଜ

ଗର୍ଭବତୀ ମହିଳା ଲାଗି ତରଭୂଜ ଅତ୍ୟନ୍ତ ଲାଭଦାୟକ। ତରଭୂଜରେ ଜଳର ପରିମାଣ ବେଶୀ ଥାଏ। ତରଭୂଜ ଶରୀରରେ ସୁଗାରକୁ କମ୍‌ କରିଥାଏ।

ଖଟା ଜାତୀୟ ଫଳ ରସକୁ ସେବନ କରିବା ଉଚିତ ନୁହେଁ। ଫଳଟି ସମ୍ପୂର୍ଣ୍ଣ ପାଚିବା ପରେ ଖାଇବା ମଧୁମେହ ରୋଗୀଙ୍କ ପାଇଁ ଭଲ। କମଳା, ମିଠା ଜାମୁ କୋଳି ଖାଇପାରିବେ। କିନ୍ତୁ ଏହିସବୁ ଫଳ ଦିନରେ ଗୋଟେରୁ ବି ଅଧିକ ଖାଅନ୍ତୁ ନାହିଁ।

ସେଓ

ସେଓ ଗର୍ଭବତୀ ନାରୀଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ପ୍ରତିଦିନ ଗୋଟେ ସେଓ ଖାଇପାରିବେ।

ସବୁଜ ପନିପରିବା

ମଧୁମେହ ରୋଗୀଙ୍କ ପାଇଁ ସବୁଜ ପନିପରିବା ଅତ୍ୟନ୍ତ ଭଲ। ପ୍ରତିଦିନ ନିଜ ଖାଦ୍ୟରେ ସବୁଜ ପନିବରିବା, ପାଳଙ୍ଗ ଶାଗ, ସଜନା ଶାଗ, ବ୍ରୋକୋଲି, କାକୁଡ଼ି ଆଦି ଖାଦ୍ୟରେ ସାମିଲ କରନ୍ତୁ।

ଅଣ୍ଡା

ଦିନକୁ ୨ଟା ଅଣ୍ଡା ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ହୋଇଥାଏ। ଅଣ୍ଡାରେ ଶର୍କରା ନଥାଏ। କିନ୍ତୁ ଅଣ୍ଡାକୁ ଛାଣି ବା ତରକାରି କରି ସେବନ କରନ୍ତୁ ନାହିଁ। ସୁବବେଳେ ସିଝା ଅଣ୍ଡା ସେବନ କରନ୍ତୁ।

ଚିକେନ୍‌

ଚିକେନ୍‌ରେ ପ୍ରୋଟିନ ପରିମାଣ ଅଧିକ ଥାଏ। ଗର୍ଭବସ୍ଥାରେ ଉଭୟ ମାଆ ଓ ଶିଶୁ ପାଇଁ ପ୍ରୋଟିନ୍‌ ଅତ୍ୟନ୍ତ ଜରୁରୀ। ମଧୁମେହରେ ପୀଡ଼ିତ ଗର୍ଭବତୀ ମହିଳାଙ୍କ ପାଇଁ ଅଣ୍ଡା ଲାଭଦାୟକ।

Comment