ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭି ଜଗତର ଖ୍ୟାତନାମା ଅଭିନେତ୍ରୀ ଇଶା ସିଂହ ଏବେ ଟିଭି ଶୋ’ ‘ଇଶ୍କ ସୁଭାନ ଆଲ୍ଲାହ’ ନଜର ଆସୁଛନ୍ତି। ସିରିଏଲରେ ତାଙ୍କ ଚରିତ୍ରକୁ ଖବ୍‌ ପସନ୍ଦ କରୁଛନ୍ତି ଦର୍ଶକ।

କମ୍‌ ବୟସରେ ଇଶା ସିଂହ ଟିଭିର ଟପ୍‌ ହିରୋଇନଙ୍କ ମଧ୍ୟରେ ସ୍ଥାନ ନେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୩ଟି ସିରିଏଲରେ ଅଭିନୟ କରିଛନ୍ତି। ଏହି ସିରିଏଲକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି।

ଇଶା ୨୦୧୫ରେ କଲର୍ସର ସିରିଏଲ ‘ଇଶ୍କ କା ରଙ୍ଗ ସଫେଦ’ରେ ଅଭିନୟ କରିଥିଲେ। ସେହି ସମୟରେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ଏହି ସିରିଏଲରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

ଦ୍ୱିତୀୟରେ ଜି ଟଭିରେ ‘ଏକ୍‌ ଥା ରାଜା ଅର୍‌ ଏକଥା ରାନୀ’ରେ ନଜର ଆସିଥିଲେ। ଏହି ସିରିଏଲରେ ରାନୀ ଭୂମିକାରେ ନଜର ଆସିଥିଲେ।

ବର୍ତ୍ତମାନ ସେ ଇଶ୍କ ସୁଭାନ ଆଲ୍ଲାହରେ ଜି ଟିଭିରେ ନଜର ଆସୁଛନ୍ତି। ଇଶା ୧୯୯୮ରେ ଭୋପାଳରେ ଜନ୍ମ ଗ୍ରହଣ କରିଥିଲେ। କମ୍‌ ବୟସରୁ ହିଁ ଅଭିନୟରେ ପାଦ ରଖିଛନ୍ତି।

Comment