ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତ ବେଶ୍‌ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଦୁଇଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ବିଗତ ଦିନରେ ଚର୍ଚ୍ଚା ହୋଇଛି। ତା’ ପରେ କୌଣସି କାରଣବଶତଃ ଦୁଇଙ୍କ ସମ୍ପର୍କ ଖରାପ ହେବାରୁ ରିଲ ଲାଇଫ୍‌ ଓ ରିୟଲ ଲାଇଫ୍‌ରୁ ଦୂରେଇ ରହିଥିଲେ ଏହି ଦୁଇ ଖ୍ୟାତନାମା କଳାକାର।

ଦୁଇଙ୍କ ଯୋଡ଼ିଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ଅପେକ୍ଷା କରିଥିଲେ ଦର୍ଶକ। ଏବେ ଦର୍ଶକଙ୍କର ଅପେକ୍ଷାର ଅନ୍ତ ଘଟିଛି। ୨୨ ବର୍ଷ ପରେ ଦୁଇ ଜଣଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ ଦର୍ଶକ।

ଫିଲ୍ମ କଳଙ୍କରେ ଦୁଇ ଜଣ ଏକ ସଙ୍ଗରେ ନଜର ଆସୁଛନ୍ତି। ମଙ୍ଗଳବାର କଳଙ୍କରେ ଟିଜର ରିଲିଜ ହୋଇଛି। ଦୁଇ ମିନିଟ୍‌ ପାଞ୍ଚ ସେକେଣ୍ଡର ଟିଜରରେ ଦୁଇ ଜଣ ସାଥୀରେ ଦେଖାଯାଇଛନ୍ତି।

୨୨ ବର୍ଷ ପୂର୍ବରୁ ୧୯୯୭ ମସିହାରେ ମହାନତା ଫିଲ୍ମରେ ସାଙ୍ଗରେ କାମ କରିଥିଲେ। ତା’ପୂର୍ବରୁ ଦୁଇ ଜଣ ଅନେକ ହିଟ ଫିଲ୍ମରେ କାମ କରିଛନ୍ତି।

Comment